Home ଓଡ଼ିଶା କୋଣାର୍କ- ପୁରୀ ୩୧୬ ନମ୍ବର ଜାତୀୟ ବେଳା ମାର୍ଗରେ ମୂଖ୍ୟ ସମସ୍ୟା ପାଲଟିଛି ବାଲି – ବାଲି ନେଉଛି ଜୀବନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପର୍ଯ୍ୟଟକଙ୍କ ସମେତ ପଥଚାରୀ ମାନେ ଏହି ବାଲି ଯୋଗୁଁ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଅଛନ୍ତି । ୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ- ପୁରୀ ୩୧୬ ନମ୍ବର ଜାତୀୟ ବେଳା ମାର୍ଗରେ ମୂଖ୍ୟ ସମସ୍ୟା ପାଲଟିଛି ବାଲି । ଏହି ମାର୍ଗ ଦେଇ ଦୈନଦିନ ଶହଶହ ପର୍ଯ୍ୟଟକ ଓ ସ୍ଥାନୀୟ ଅଧିବାସୀମାନେ ଏହି ମାର୍ଗ ଦେଇ ଯାତାୟତ କରଥାନ୍ତି । ବର୍ଷା ଦିନରେ ଏହି ମାର୍ଗରେ ଯାତାୟତ କରିବା ଅତ୍ୟନ୍ତ ବିପଦ ଜନକ ହୋଇପଡେ । ସମୁଦ୍ରପବନରେ ବାଲି ଉଡ଼ିଆସି ରାସ୍ତା ଉପରେ ପଡ଼ି ରହିବା ସହ ରାସ୍ତାକୁ ସଙ୍କୁଚିତ କରି ଦୁର୍ଘଟଣା ଘଟାଇ ଧନ ଜୀବନ କ୍ଷତି କରୁଛି । ଆଗରୁ ନଜିର ରହିଛି ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କ ସମେତ ପଥଚାରୀ ମାନେ ଏହି ବାଲି ଯୋଗୁଁ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଅଛନ୍ତି । ଏହି ସମସ୍ୟା ପ୍ରତ୍ୟେକ ବର୍ଷ ହୋଇଥିବା ବେଳେ ପ୍ରଶାସନ ସ୍ଥାୟୀ ସମାଧାନ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରେ ସାଧାରଣରେ ଅଭିଯୋଗ ହୋଇଛି। ରାସ୍ତା ଉପରେ ବାଲି ଜମା ରହିବାର ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ବାଲି କଢ଼ା ହୋଇଥାଏ, ହେଲେ ପରବର୍ତ୍ତୀ ସମୟରେ ପୁଣି ବାଲି ଗଦା ଯୋଗୁଁ ସାଧରଣ ଲୋକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଚନ୍ଦ୍ରଭଗା ଠାରୁ ଅଳ୍ପ ଦୂରତା ଯାଏଁ ଏହି ବାଲିକୁ ରୋକିବା ପାଇଁ ସ୍ଥାୟୀ ପ୍ରାଚେରି ନିର୍ମାଣ କରାଯାଇ ଥିବା ବେଳେ ପ୍ରଶାସନ ପକ୍ଷରୁ ଆଉ ଏଥି ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଅଧାଥିବା ପ୍ରାଚେରି ଠାରୁ ଇକୋ ରିଟ୍ରେଟ ହେଇଥିବା ପର୍ଯ୍ୟନ୍ତ ସମୁଦ୍ର ପଟକୁ ଯଦି ସୁରକ୍ଷା ପ୍ରାଚେରୀ ନିର୍ମାଣ ହୁଅନ୍ତା ତେବେ ଏହି ସମସ୍ୟା ଦୂର ହୋଇପାରନ୍ତା। ହେଲେ ଜିଲ୍ଲା ପ୍ରଶାସନର ଦୁରଦୃଷ୍ଟି ଅଭାବ ଯୋଗୁଁ ବାଲି ଏକ ପ୍ରମୁଖ ସମସ୍ୟା ପାଲଟିଛି। ତୁରନ୍ତ ରାସ୍ତା ଉପରେ ପଡିଥିବା ବାଲି ହଟାଇବା ସହିତ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପର୍ଯ୍ୟଟକ ଓ ସ୍ଥାନୀୟ ଅଧିବାସୀ, ବୁଦ୍ଧିଜୀବୀ ଦାବି କରିଅଛନ୍ତି। Categories: ଓଡ଼ିଶା, ପୁରୀ, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026