୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେତନଟୀ :-> ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ବେତନଟୀ ବ୍ଲକ ଓଷ୍ଟା ସଂଘର ସାମ୍ବିଧାନିକ ସମ୍ମୀଳନୀ ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପଳତା ଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କାର୍ଯ୍ୟକାରି ସଭାପତି ଦୟାନିଧି ମହାନ୍ତ,ସଂପାଦକ କିଶୋର କୁମାର ଆଚାର୍ଯ୍ୟ,ଯୁଗ୍ମ ସଂପାଦକ ପ୍ରଭାସ କୁମାର ନାୟକ, ବିକାଶ କୁମାର ପଣ୍ଡା, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ଵଜିତ ବିଶ୍ଵାଳ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଦେବରାଜ ନାୟକ, କେଦାରନାଥ ଧଳ ପ୍ରଭୃତି ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ । ସର୍ବସମ୍ମତିକ୍ରମେ ଆସନ୍ତା ତିନି ବର୍ଷ ପାଇଁ ବେତନଟୀ ବ୍ଲକ ଓଷ୍ଟା ର ନୂତନ କମିଟି ଗଠନ ହୋଇଥିଲା ।
