୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡ଼ା ପରିଷଦର ଉପଦେଷ୍ଟା ଏବଂ କାର୍ଯ୍ୟକାରୀ ସମିତିର ଏହି ଅଧିବେଶନରେ ୨୦୨୪-୨୫ ପାଇଁ କ୍ରୀଡ଼ା ନିମନ୍ତେ ପ୍ରସ୍ତୁତି ସହ ଏହାର ସୁପରିଚାଳନା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କ୍ରୀଡ଼ା ଶିକ୍ଷକଙ୍କ ଏହି ସମାବେଶକୁ ସମ୍ବୋଧିତ କରି କୁଳପତି ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପାଇଁ ପ୍ରୋତ୍ସାହନ ସହ ତୃଣମୂଳ ସ୍ତରରେ ଯୁବପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ଲାଗି ଆହ୍ୱାନ କରିଥିଲେ ।
