Home ଓଡ଼ିଶା ମୟୂରଭଞ୍ଜରେ ଫସଲ ବିବିଧିକରଣ ସଚେତନତା ରଥ ଉଦଘାଟିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଚାଷୀ ମାନଙ୍କୁ ଅଣଧାନ ଚାଷ କରିବା ପାଇଁ ବାର୍ତ୍ତା ଦେବ ଫସଲ ବିବିଧିକରଣ ସଚେତନତା ରଥ ୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଜିଲ୍ଲାରେ କୃଷି ଓ କୃଷକ ମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ବୃହତ ଜଳସେଚନ ପ୍ରକଳ୍ପ ଅଂଚଳରେ ଫସଲ ବିବିଧିକରଣ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କର ତାଲିମ, ଶିକ୍ଷା ଓ ଯୋଗାଯୋଗ ଦ୍ୱାରା ପ୍ରୋତ୍ସାହନ ଓ ଦକ୍ଷତା ବୃଦ୍ଧି ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଚାର ପ୍ରସାର ନିମନ୍ତେ ଆରମ୍ଭ ହେଲା ଫସଲ ବିବିଧିକରଣ ରଥ । ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ରଥ ବାହାରି ସମଗ୍ର ଜିଲ୍ଲାରେ ଚାଷୀ ମାନଙ୍କୁ ରାଜ୍ୟସରକାର ତଥା କେନ୍ଦ୍ର ସରକାରଙ୍କ ଜଳସେଚନ ପ୍ରକଳ୍ପ ଯୋଜନା ମାନ ବିଷୟରେ ତାଲିମ ଦେବା ସହିତ ସେମାନଙ୍କ ଦକ୍ଷତା ବିକାଶ କରିବା ପାଇଁ କାର୍ଯ୍ୟ କରିବ। ଏହି ପରିପ୍ରେକ୍ଷୀରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଫସଲ ବିବିଧିକରଣ ସଚେତନା ରଥକୁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ରଥ ବୃହତ ଉଠା ଜଳସେଚନ ଏବଂ ଅନ୍ୟ ଜଳସେଚିତ ଅଞ୍ଚଳରେ ଫସଲ ବିବିଧିକରଣ ଯୋଜନାରେ ମୟୁରଭଞ୍ଜ ଜିଲ୍ଲାର ୧୧ ଗୋଟି କ୍ଲଷ୍ଟର ଅନ୍ତର୍ଭୁକ୍ତ ୧୭ ଟି ବ୍ଲକର ଚାଷୀମାନଙ୍କୁ ଉଚ୍ଚ ଏବଂ ମଧ୍ୟମ କିସମ ଜମିରେ ଧାନ ଚାଷ ନକରି ଅଣଧାନ ଚାଷ ଯଥା ମୁଗ, ବିରି , ଚିନାବାଦାମ, ମକା, ମାଣ୍ଡିଆ ଓ ପନିପରିବା ଚାଷ ବିଷୟରେ ବାର୍ତ୍ତା ପହଞ୍ଚାଇବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ବେଉରା ଅବଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗ, ମୂର୍ତ୍ତିକା ସଂରକ୍ଷଣ ବିଭାଗ , ମତ୍ସ୍ୟ ବିଭାଗ, ଏବଂ ପ୍ରାଣୀ ଓ ପଶୁ ସଂପଦ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ରଥ ୧୫ ଦିନ ଧରି ୧୭ ଗୋଟି ବ୍ଲକର ବିଭିନ୍ନ ଗ୍ରାମ ପରିଭ୍ରମଣ କରି ଚାଷୀ ମାନଙ୍କୁ ଅଣଧାନ ଚାଷ କରିବାକୁ ସଚେତନତା ସୃଷ୍ଟି କରିବ ବୋଲି ଯୋଜନା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ଏକ ସମୀକ୍ଷା ବୈଠକରେ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରକାରୀ କୃଷି ଅଧିକାରୀ, ମଧୁସ୍ମିତା ଜେନା, ସରକାରୀ କୃଷି ଅଧିକାରୀ ଶ୍ରୀ ରମ୍ୟରଞ୍ଜନ ମହାନ୍ତ, ଅର୍ଚ୍ଚନା ଵଳା ଓ ସମସ୍ତ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026