ସମସ୍ତ ବିଭାଗୀୟ କର୍ମଚାରୀ ମାନଙ୍କ ସହ ଜିଲ୍ଲାପାଳ ସମସ୍ତ ପିଭିଟିଜି ଅଂଚଳକୁ ନିଜେ ଯାଇ କରୁଛନ୍ତି ଯୋଜନାର କାର୍ଯ୍ୟକାରିତା ତଦାରଖ

୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜ ଜିଲ୍ଲାରେ ପିଏମ୍-ଜନମନ ବା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନାର କାର୍ଯ୍ୟକାରିତା ବିଶେଷ ଭାବରେ ଅନୁନ୍ନତ ଜନଜାତି ଗୋଷ୍ଠୀ (ପିଭିଟିଜି) ଙ୍କ ଜୀବନଶୈଳୀରେ ବ୍ୟାପକ ଉନ୍ନତି ଆଣିବା ପାଇଁ ଏକ ବୃହତ୍ତର ପ୍ରଚେଷ୍ଟା । ସମଗ୍ର ମୟୂରଭଞ୍ଜ ଜିଲ୍ଲା ଯାହା ୫୮ ପ୍ରତିଶତ ରୁ ଉର୍ଦ୍ଧ୍ୱ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟକାରିତା ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁବ ଜୋରସୋର ରେ ଆରମ୍ଭ ହୋଇ ଜିଲ୍ଲାରେ ଥିବା ବିଭିନ୍ନ ବର୍ଗର ବିଶେଷ ଭାବରେ ଅନୁନ୍ନତ ଜନଜାତି ଯଥା ଖଡ଼ିଆ, ମାଙ୍କଡ଼ିଆ, ଲୋଧା ଗୋଷ୍ଠୀ ମାନଙ୍କୁ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ସାମିଲ କରାଯାଉଛି ।

