ଗମନା ଗମନ ବିପର୍ଯ୍ୟସ୍ତ, ବଢ଼ୁଛି ଦୁର୍ଘଟଣା
୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ୪୮ ନମ୍ବର ରାଜ୍ୟ ରାଜପଥର ଫତେଗଡ ଗ୍ରାମଠାରୁ କଣ୍ଟିଲୋ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ନାଁରେ ଗମନାଗମନ ପାଇଁ ବିପର୍ଯ୍ୟସ୍ତ ହୋଇ ମରଣ ଯନ୍ତରେ ପରିଣତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତାର ଅବସ୍ଥା ଏମିତି ହୋଇଛି ଯେ , ରାସ୍ତାରେ ୨ ଫୁଟ୍ ଗର୍ତ୍ତ ହୋଇ ପାଣି ଜମୁଥିବାରୁ ପ୍ରତିଦିନ ଯାନବାହାନ ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ଏପରିକି ପ୍ରତିଦିନ ଭାରିଯାନ ଦ୍ଵାରା ଚୋରା ବାଲି, ଗୋଡି, ମାଙ୍କଡ଼ା ପଥର ଆଦି ଅନବରତ ଚଳାଚଳ ଯୋଗୁଁ ବଡ ବଡ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ତେଣୁ, ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ୪୮ ନମ୍ବର ରାଜ୍ୟ ରାଜପଥ ଲୋକଙ୍କ ପାଇଁ ମରଣଯନ୍ତା ସଦୃଶ୍ୟ ହୋଇଛି ।
