୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- > ସାତକୋଶିଆ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ରେ ଶିକାର ଉପରେ ଲାଗିବ ରୋକ୍ । ଓଡ଼ିଶାରେ ଥିବା ଅଭୟାରଣ୍ୟ ତଥା ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ରୋକିବାକୁ ସନ୍ଧାନୀ କୁକୁର ନିୟୋଜିତ ହେବେ। ଏ ସମ୍ପର୍କରେ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଭୟାରଣ୍ୟ ତଥା ସଂରକ୍ଷିତ ଜଙ୍ଗଲରେ ବେଟ୍ ବମ୍ ପୋଚିଂ ବା ଶିକାର ପାଇଁ ପକାଯାଉଥିବା ବମର ସନ୍ଧାନ କରିବେ ଏହି କୁକୁର।
