୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ଵାବଧାନରେ କୋର୍ଟ ଫଇସଲାର ଇଂରାଜୀ ଭାଷାକୁ ବିଭିନ୍ନ ପ୍ରାଦେଶିକ ଭାଷାରେ ଅନୁବାଦ ଉପରେ ଏବଂ କର୍ମଶାଳା ଅନୁଷ୍ଠିତ ହୋଇଅଛି । ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ସ୍ବାଗତ, ଅତିଥି ପରିଚୟ ଏବଂ କର୍ମଶାଳାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ପରିବାର ଅଦାଲତ, ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟ କୋର୍ଟ ଫଇସଲାର ବିଭିନ୍ନ ପ୍ରାଦେଶିକ ଭାଷାକୁ ଅନୁବାଦ, ବିଡିଓ କନଫରେନ୍ସ ଆଇନ ଏବଂ ସାଧାରଣ ସମାଧାନ ଆଇନ ବିଷୟରେ ତର୍ଜମା କରିଥିଲେ ।

