ହରିଶଙ୍କର ଠାରେ ବିଜେପି ତରଫରୁ ସଦସ୍ୟତା ଅଭିଯାନ

୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :->  ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ପଶ୍ଚିମ ଓଡିଶା ର ପବିତ୍ର ତୀର୍ଥ କ୍ଷେତ୍ର ହରିଶଙ୍କର ଠାରେ ବ୍ଲକ ସ୍ତରୀୟ ଭାରତୀୟ ଜନତା ପାର୍ଟି ତରଫରୁ ସଦସ୍ୟତା ଅଭିଯାନ ପାଇଁ ଏକ ପ୍ରସ୍ତୁତି ବୈଠକ ବସି ଥିଲା I ଏହି ବୈଠକ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ଯୋଗ ଦେଇ ଥିଲେ I ଅନ୍ୟ ମାନଙ୍କ ମଧ୍ୟ ରେ ବ୍ଲକ ସଭାପତି ତଥା ତିନି ନଂ ଜୋନ ଶଶୀ ପୂଜାରୀ,

ଚାରି ନଂ ଜୋନ ସଭାପତି ଦେବକାନ୍ତ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ସନ୍ତୋଷ ଭଏସାଲ, ଉପ ମୁଖ୍ୟ ମନ୍ତ୍ରୀ ତଥା ପାଟଣାଗଡ ବିଧାୟକ ପ୍ରତିନିଧି ପଦ୍ମ ସିଂ ବରିହା, ଭାନପୁର ସରପଞ୍ଚ ରୀନା ଜାଲ, ନାନ୍ଦୁପଲା ସରପଞ୍ଚ ନୀଳାନ୍ଦ୍ରି ପୂଜାରୀ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର,

ବେନ୍ଦେର ସରପଞ୍ଚ ଜୟନ୍ତୀ ମାଝୀ, ସାହାଯପାଣି ସମିତି ସଭ୍ୟ ଉପେନ୍ଦ୍ର ଭୋଇ ଙ୍କ ସହ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I ଏହି ବୈଠକ ରେ ପ୍ରତ୍ୟେକ ପଞ୍ଚାୟତ ରୁ ତୃଣ ମୁଲ ସ୍ତର ରେ ସଦସ୍ୟତା ସଂଗ୍ରହ ଅଭିଯାନ ସେପ୍ଟେମ୍ବର ଏକ ତାରିଖ ରୁ ଆରମ୍ଭ ହେବ ବୋଲି ବିଜେପି ଜିଲ୍ଲା ସଭାପତି ପ୍ରକାଶ  କରିଛନ୍ତି l

Exit mobile version