Home ଓଡ଼ିଶା ଗୋପ କୁ ନିର୍ବାଚନ ମଣ୍ଡଳୀ ଘୋଷଣା କରିବା ପାଇଁ ଦାବୀ କରିଛନ୍ତି – ଜିତୁ ମହାନ୍ତି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ସମଗ୍ର ପୁରୀ ଜିଲ୍ଲା ମଧ୍ୟରେ ସର୍ବ ବୃହତ୍ତ ବ୍ଲକ ଟି ହେଉଛି ଗୋପ ବ୍ଲକ l ଏହାର ବିଶେଷତ୍ୱ ଟି ହେଉ 31 ଟି ପଞ୍ଚାୟତ ସହିତ କୋଣାର୍କ ବିଜ୍ଞାପିତ ଅଞ୍ଚଳ କୁ ନେଇ ଗଠିତ ହୋଇଅଛି l ତତସହିତ ୩ଟି ବିଧାନସଭା ଓ ଦୁଇଟି ଲୋକସଭା କ୍ଷେତ୍ର ର ସମଷ୍ଟି ମଧ୍ୟ ଅଟେ ଗୋପ ବ୍ଲକ l ଏହାର ଲୋକ ସଂଖ୍ୟା ଓ ଭୌଗଳିକ ସ୍ଥିତି ଅନୁଯାୟୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପଯୁକ୍ତ ଅଟେ l ଗୋପ ତହସିଲ ଅଧିନସ୍ଥ ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଟି ହେଉଛି କୋଣାର୍କ ବିଜ୍ଞାପିତ ଅଞ୍ଚଳ କୁ ନେଇ ଗୋପ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ପାଇଁ ଅନେକ ସଂଗଠନ ପକ୍ଷରୁ ପୂର୍ବରୁ ଦାବୀ ହୋଇଆସୁଅଛି l ଏଥିପାଇଁ ଦାବୀ କରାଯାଉଛି କୀ ଗୋପ ବ୍ଲକ ଟି ଯେହେତୁ ୩ଟି ବିଧାନସଭା ଓ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ର ସମଷ୍ଟି ସେଥିପାଇଁ ଗୋପ ବ୍ଲକ ଟି ସଦାସର୍ବଦା ଅବହେଳିତ ଓ ଅଣଦେଖା ଅବସ୍ଥାରେ ପଡ଼ିରହିଛି l ଗୋପ ବ୍ଲକ ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳ ଟି ସମସ୍ୟା ରେ ବୁଡ଼ି ରହିଥିବାବେଳେ ଦୁର୍ନୀତି ର ଗନ୍ତାଘର ପାଲଟିଥିବାରୁ,ବହୁଳ, ପକ୍ଷପାତିତା ଓ ପାତରଅନ୍ତର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏଠାରେ ନେତା ପ୍ରବଳ କିନ୍ତୁ ଉନ୍ନୟନ କାର୍ଯ୍ୟସବୁ ଦୁର୍ବଳ ହେତୁ ବିକାଶ ମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି । ୧୮୦୬ ମସିହାର ଗୋପରେ ପ୍ରଥମେ ବ୍ରିଟିଶ ଙ୍କ ଦ୍ଵାରା ଥାନା ପ୍ରତିଷ୍ଠା କରାଯାଇଥିଲା l ଏହା ସର୍ବପୁରାତନ ଥାନା ହୋଇଥିଲେ ମଧ୍ୟ ନିମାପଡା ଓ କାକଟପୁର ଥାନା ପୁନଃଉଦ୍ଧାର, ନବୀକରଣ କରାଗଲା l ଅଥଚ ଗୋପ ଥାନା ର ଆଜିପର୍ଯ୍ୟନ୍ତ କୌଣସି ଉର୍ନ୍ନତି ହୋଇପାରିଲା ନାହିଁ । ଅତ୍ୟନ୍ତ ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି l ଯାହାଫଳରେ କୀ ଗୋପ କୁ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ପାଇଁ ଗୋପ ବ୍ଲକ ର ଜଣାଶୁଣା ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ମହାନ୍ତି (ଜିତୁ ଭାଇ) ଭାରତର ରାଷ୍ଟ୍ର ପତି, ଗୃହମନ୍ତ୍ରୀ ଓ ଭାରତ ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖୁ ଦୃଷ୍ଟି କରିଛନ୍ତି । ସୂଚନା ଯୋଗ୍ୟ, ଆସନ୍ତା ଡିସେମ୍ବର ମାସ ଠାରୁ ସାରା ଦେଶରେ ଜନଗଣନା ଆରମ୍ଭ ହେଵ ବୋଲି ଜଣାପଡିଛି । ଜନଗଣନାରେ ବିଳମ୍ବ ଯୋଗୁଁ ଜନ ନଗଣନାର ତଥ୍ୟ ଆଧାରରେ ସରକାରୀ ଯୋଜନା ଓ ନୀତି ଗୁଡିକର ତଥ୍ୟ ପ୍ରସ୍ତୁତ ହେଉଛି । ଏହାଦ୍ବାରା ଆର୍ଥିକ ତଥ୍ୟ , ମୁଦ୍ରାସ୍ପିତି ଓ ସରକାରୀ ଚାକିରିଆ ଙ୍କ ସଂଖ୍ୟା ଅନୁମାନ ସହିତ ଅନେକ ସଂଖ୍ୟକ ସର୍ବେକ୍ଷଣର ଗୁଣବତ୍ତା ପ୍ରଭାବିତ ହେଉଛି । ବ୍ରିଟିଶ ଅମଳରୁ ୧୮୮୧ ମସିହା ଠାରୁ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଆସୁଛି । କିନ୍ତୁ କୋଭିଡ୍ ଯୋଗୁ ହେବାକୁ ଥିବା ଜନଗଣନାକୁ ସରକାର ସୁଗିତ ରଖିଥିଲେ । ଜନଗଣନା ପ୍ରକ୍ରିୟା ଶେଷ ହେବାକୁ ସର୍ବନିମ୍ନ ୨ ବର୍ଷ ଲାଗିବ । ଏପରି ସ୍ଥଳେ ଯଦି ଚଳିତ ବର୍ଷ ଡିସେମ୍ବରରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୁଏ ତେବେ ୨୦୨୬ ଶେଷ କିମ୍ବା ୨୦୨୭ ପ୍ରାରମ୍ଭରେ ଏହା ଶେଷ ହେବ । ତେଣୁ ଏଥର ର ଜନ ଗଣନାର ତଥ୍ୟ କେବଳ ୨୦୩୧ ପର୍ଯ୍ୟନ୍ତ ସୀମିତ ରଖୁବା ଲାଗି ଯୁକ୍ତିଯୁକ୍ତ ହେବନାହିଁ । ଶାସନ – ପ୍ରଶାସନ ଲାଗି ଜନଗଣନା ଅତ୍ୟନ୍ତ ଜରୁରୀ ଅଟେ । ବିଧାନସଭା କିମ୍ବା ଲୋକସଭାରେ କେଉଁ ଆଧାରରେ ଆସନ ସଂରକ୍ଷିତ ହେବ ତାହା ଏହି ହି ତଥ୍ୟ ନିର୍ଦ୍ଧାରଣ କରିଥାଏ। ଜନଗଣନା ପରେ ସଂସଦୀୟ ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ହେବ । ଜନଗଣନା ପରେ ହିଁ ଲୋକସଭା, ରାଜ୍ୟସଭା ଓ ବିଧାନସଭା ଆସନ ସଂଖ୍ୟା କମ୍ ବେଶି ହେବ ଏବଂ ମହିଳାଙ୍କ ଲାଗି ୨୦୧୧ରେ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରଖାଯିବ l ଜନଗଣନା ଆକ୍ଟ ୧୯୪୮ରେ ଏସସି ଓ ଏସ୍ ଟି ଙ୍କ ପାଇଁ ଗଣନାର ବ୍ୟବସ୍ଥା ବ୍ୟବସ୍ଥା ରହିଛି । ଜନଗଣନା ଶେଷ ହେବା ସମୟକୁ ରାଜ୍ୟ ସଭାରେ ବିଜେପିର ଆବଶ୍ୟକ ସଂଖ୍ୟକ ସାଂସଦ ନିର୍ବାଚିତ ହାଇଯାଇଥିବାର ଆଶଙ୍କା ରହି ଛି । ମହିଳାଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷିତ ପାଇଁ କେନ୍ଦ୍ର ସରକାର ତତ୍ପର ହେଉଥିବା ଜଣାପଡିଛି । ଆସନ୍ତ ୨୦୨୯ ମସିହାରେ ଗୋପ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ନିମନ୍ତେ ତା ପୂର୍ବରୁ ବିଭିନ୍ନ ସମୀକ୍ଷା, ମତାମତ ଓ ସର୍ଭେ କରାଯିବ ବୋଲି କୁହାଯାଉଛି l ଦୀର୍ଘ ବର୍ଷଧରି ଗୋପରେ ଥିବା ସମସ୍ୟା ଗୁଡିକ ହେଲା, ସ୍ଥାୟୀ ବସ୍ଷ୍ଟାଣ୍ଡ ସହିତ ବସ ଷ୍ଟପେଜ ନିର୍ମାଣ , ସ୍ଵାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଯନ୍ତ୍ରାଂଶ ଓ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଙ୍କୁ ନିଯୁକ୍ତି , ଶିକ୍ଷାନୁଷ୍ଠାନରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଦବୀ ପୂରଣ , ବିପଦ ସଙ୍କୁଳ କୁଶଭଦ୍ରା ସେତୁ କୁ ନୂତନ ଭାବେ ନିର୍ମାଣ, ମିନିଷ୍ଟାଡିୟମ, ଇଣ୍ଡୋର ଷ୍ଟାଡିୟମ, ଶୀତଳଭଣ୍ଡାର, ଓଡିଶା ଆଦର୍ଶ ବିଦ୍ୟାଳୟ ରେ ସ୍ଥାୟୀ ଅଧକ୍ଷ ସହିତ ସମସ୍ତ ବିଭାଗରେ ସ୍ଥାୟୀ ଶିକ୍ଷକ ଙ୍କୁ ନିଯୁକ୍ତି ମିଳୁ , ବାଇପାସ୍ ରାସ୍ତା, ଟ୍ରାଫିକ୍ ସମସ୍ୟା ଦୂର, ନାଗପୁରରେ ଫାଣ୍ଡି ପ୍ରତିଷ୍ଠା ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ସ୍ଥାୟୀ ମୁଖ୍ୟ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ସମାଜସେବୀ ଜିତେନ୍ଦ୍ର ମହାନ୍ତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି କରିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026 ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ by Proprietor Abhimanyu Maharana August 10, 2026 ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ by Proprietor Abhimanyu Maharana August 10, 2026 ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା by Proprietor Abhimanyu Maharana August 10, 2026