ବ୍ୟବସ୍ଥାରେ ଅଧିକ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ।
ଦୁର୍ଘଟଣା ସୂଚନା ପାଇବା କ୍ଷଣି ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ ।
୨୮ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସଡ଼କ ଦୁର୍ଘଟଣା ଘଟିଲେ ଦୁର୍ଘଟଣା ସ୍ଥଳରେ ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ତୁରନ୍ତ ପହଁଚି ସହାୟତା ପ୍ରଦାନର ଆବଶ୍ୟକତା ରହିଛି । ଏଥିପାଇଁ ଆମ୍ବୁଲାନ୍ସ, ପୁଲିସ୍ ଟିମ୍, ଅଗ୍ନିଶମ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ତଥା ସଂପୃକ୍ତ ସମସ୍ତେ ଯେପରି କ୍ରିୟାଶୀଳ ହୋଇ କମ୍ ସମୟ ମଧ୍ୟରେ ସେଠାରେ ସହାୟତା ପାଇଁ ପହଁଚିବେ, ସେଥିପ୍ରତି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଗୁରୁତ୍ୱାରୋପ କରିଛନ୍ତି । ଫଳରେ ଦୁର୍ଘଟଣାରେ ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିବ । ଅନ୍ୟପକ୍ଷରେ ଦୁର୍ଘଟଣାକୁ କମାଇବା ପାଇଁ ଦୃଢ ପଦକ୍ଷେପ, ଆନୁଷ୍ଠାନିକ ପରିଚାଳନା ବ୍ୟବସ୍ଥାରେ ଅଧିକ ଉନ୍ନତି ଅଣାଯିବା ନିମନ୍ତେ ପ୍ରସ୍ତାବ ଦେବା ଓ କାର୍ଯ୍ୟକାରିତା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି । ଆଜି ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଆହୂତ ସଡ଼କ ସୁରକ୍ଷା ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
