ନୟାଗଡ ଜିଲ୍ଲାରୁ ୫୬ କରୋନା ଆକ୍ରାନ୍ତ ଚିନ୍ହଟ,୨୮ ସୁସ୍ଥ, ୧୨ନଁ ୱାର୍ଡରୁ ଉଠିଲା କଣ୍ଟେନମେଣ୍ଟ


ଓଡିଶା ତାଜା ନ୍ୟୁଜ୍ ( ୧୩ ଅଗଷ୍ଟ ଗୁରୁବାର ) ନୟାଗଡ :- ନୟାଗଡ ଜିଲ୍ଲାରୁ ଆଉ ୫୬ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇ ଥିବାବେଳେ ପୁଣି ୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି |ଏଥିସହ ଆଜିଠାରୁ ନୟାଗଡ ସହରାଞ୍ଚଳ ଅନ୍ତର୍ଗତ ୧୨ ନଁ ୱାର୍ଡ ସ୍ଥିତ ସିଂହଗଳି, ଅମରେନ୍ଦ୍ର ବଜାର, ରାଜବଗିଚା, ଲକ୍ଷ୍ମୀବଜାର ଆଦି ଅଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଗୁ କରାଯାଇଥିବା କଣ୍ଟେନମେଣ୍ଟକୁ ଜିଲ୍ଲା ପ୍ରଶାସନ ଆଜିଠାରୁ ଉଠାଇ ନେଇଛି | (ରିପୋର୍ଟ-ରାମକୃଷ୍ଣ ରଥ)

Exit mobile version