ନବ ବିବାହିତ ମହିଳା ଙ୍କୁ ହତ୍ୟା ଅଭିଯୋଗ

୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚଣ୍ଡିଖୋଲ  :-> ବଡ଼ଚଣା ଥାନା ଅନ୍ତର୍ଗତ ରାଧାଦେଇ ପୁର (ଠାକୁର ପାଟଣା) ଗ୍ରାମରେ ସୋମବାର ରାତ୍ରୀରେ ଏକ ଅଘଟଣ ଘଟି ଯାଇଛି। ମାତ୍ର ଏକ ବର୍ଷ ତଳେ ବିବାହ କରିଥିବା ମହିଳା ଙ୍କ ମୃତ୍ୟୁ ନେଇ ବାପ ଘର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣକ ହେଲେ ପ୍ରବଚନ କବି ଙ୍କ ପତ୍ନୀ ପାର୍ବତୀ (୨୫)। ମଙ୍ଗଳ ବାର ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛି ।

ଅଭିଯୋଗ ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଭୋଟକା ପଞ୍ଚାୟତ ଇଚ୍ଛାପୁର ଗ୍ରାମର ଦୁର୍ଯ୍ୟୋଧନ ଦାସ ଙ୍କ ଝିଅ ପାର୍ବତୀ ଗତ ୨୦୨୩ ମସିହା ଜୁନ ମାସ ୨୫ ତାରିଖ ରେ ବଡ଼ଚଣା ଥାନା ଅନ୍ତର୍ଗତ ରାଧା ଦେଇ ପୁର (ଠାକୁର ପାଟଣା) ଗ୍ରାମର ନିରଞ୍ଜନ କବି ଙ୍କ ପୁଅ ପ୍ରବଚନ କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଦାବୀ ମୁତାବକ ୮୦ ହଜାର ଟଙ୍କା ସହିତ ସମସ୍ତ ସୁନା ଅଳଙ୍କାର ଯୌତୁକ ଆକାର ରେ ଦେଇଥିଲେ।

ତେବେ ଏହାପରେ ପ୍ରବଚନ ର ଅନ୍ୟ ଏକ ଝିଅ ସହିତ ସମ୍ପର୍କ ଥିବା ନେଇ ପତି ପତ୍ନୀ ଙ୍କ ମଧ୍ୟରେ ଝଗଡା ହୋଇ ଥାଏ। ପାର୍ବତୀ କୁ ଅଧିକ ଯୌତୁକ ଦାବି କରି ବହୁ ସମୟରେ ନିର୍ଯ୍ୟାତନା ଦେଇ ଆସୁଥିବା ନେଇ ବାପା ଅଭିଯୋଗ କରିଛନ୍ତି।ସୋମବାର ଅପରାହ୍ନ ରେ ଝିଅ ଫୋନ କରି ମତେ ନେଇ ଯାଅ ନଚେତ ମାରିଦେବେ ବୋଲି କହିଥିଲା ।

ରାତି ୧ ଟା ବେଳେ ଝିଅ ମରି ଯାଇଥିବା ନେଇ ନିରଞ୍ଜନ ଫୋନ କରି ଜଣାଇ ଥିଲେ। ତେବେ ଝିଅ ପାର୍ବତୀ କୁ ସ୍ବାମୀ, ଶାଶୁ, ଶଶୁର, ଦିଅର, ଖୁଡି ଶାଶୁ ଓ ଖୁଡୁତାଶୁର ବାଡେଇ ବାଡେଇ ମାରିଦେଇ ଥିବା ନେଇ ଦୁର୍ଯ୍ୟୋଧନ ବଡ଼ଚଣା ଥାନା ରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛନ୍ତି ।

Exit mobile version