୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ଯାଜପୁର ଜିଲା ସ୍ତରୀୟ ଜିଲାପାଳ ଓ ଏସପି ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ମଙ୍ଗଳ ବାର ବଡ଼ଚଣା ବ୍ଲକ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଏସ ପି ବିନୀତ ଅଗ୍ରୱାଲ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୪୬ ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୭୧ ଟି ର ତତ୍କାଳ ସମାଧାନ କରା ଯାଇଥିଲା ।
