ସଂଖ୍ୟାଧିକ ମହିଳାଙ୍କୁ ଯୋଜନାରୁ ବାଦ୍ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି
ଓଡ଼ିଶାର ମହିଳାଙ୍କ ବିଶ୍ୱାସରେ ବିଷ ଦେଇଛି ବିଜେପି ସରକାର
୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ କ’ଣ ପ୍ରତିଶ୍ରୁତି ଦେଇଥିଲେ ଓ କ’ଣ ମନ୍ତବ୍ୟ ରଖିଥିଲେ ଥରେ ଦେଖନ୍ତୁ । ନିର୍ବାଚନ ପୂର୍ବରୁ ତାଙ୍କ ଦଳର ବଡ଼ ବଡ଼ ନେତା କହୁଥିଲେ, ଆମେ ଜିତିଲେ ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବୁ । କିନ୍ତୁ ସଂକଳ୍ପପତ୍ରରେ ଲେଖିଲେ ଦୁଇ ବର୍ଷରେ ୫୦ ହଜାର ଦେବୁ, ଏବେ କହୁଛନ୍ତି ବର୍ଷକୁ ଦୁଇଟି କିସ୍ତିରେ ୫ ବର୍ଷରେ ୫୦ ହଜାର ଦେବୁ ।
