ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ-ଅଭିମନ୍ୟୁ ମହାରଣା ( ୧୩ ଅଗଷ୍ଟ ଗୁରୁବାର ) ରଣପୁର :- ରଣପୁର ବନ ବିଭାଗ ଦ୍ୱାର ଗିରଫ ହୋଇ ଫରାର ହୋଇଯାଇଥିବା ସ୍ନେକ ହେଲ୍ପଲାଇନ ସଦସ୍ୟ ଅଜୟ କୁମାର ଦାସ କୁ ଗତ ରାତି ରେ ପୁଲିସ କାବୁ କରି ରଣପୁର ଥାନା ରେ ଅଟକ ରଖି ପଚରା ଉଚରା କରୁଛି । ଅଜୟକୁ ଆଶ୍ରୟ ଦେଇଥିବା ଅଭିଯୋଗ ରେ ପୁଲିସ ଜଣକୁ ଗିରଫ କରି କୋର୍ଟଚାଲଣ କରିଥିବା ଜଣାଯାଇଛି । ଖବର ନେବାରେ ଜଣାଯାଏ ସ୍ନେକ ହେଲ୍ପଲାଇନ ସଦସ୍ୟ ଅଜୟ ଦାସ କୁ ଗତ ୨ ଦିନ ତଳେ ବନବିଭାଗ ଗିରଫ କରି ହାଜତ ରେ ରଖିଥିଲା ।
କିିନ୍ତୁ ରାତି ରେ ଥିବା ୨ କର୍ମଚାରୀ ଙ୍କୁ ଚକମା ଦେଖାଇ ଫେରାର ହୋଇଯାଇଥିଲା । ପରେ ଅଜୟ ଙ୍କ ଗ୍ରାମବାସିଙ୍କ ତରଫରୁ ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଗତକାଲି ରାତି ରେ ରଣପୁର ପୁଲିସ ତରଫରୁ ବଳଭଦ୍ରପୁର ପଚାଂୟତ ଅନ୍ତର୍ଗତ ଦେଉଳି ଗ୍ରାମ ରେ ଚଢାଉ କରାଯାଇଥିଲା । ଏହି ଗ୍ରାମ ର ନରସିଂହ ପ୍ରଧାନ ଙ୍କ କୁକୁଡା ଫାର୍ମ ମଧ୍ୟ ରେ ଅଜୟ ଲୁଚିଥିବାରୁ ତାକୁ ଧରିଥିଲେ । ଅଜୟକୁ ଆଶ୍ରୟ ଦେଇଥିବା ଅଭିଯୋଗ ରେ ନରସିଂହ ପ୍ରଧାନ ଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଛି ।
