Home ଓଡ଼ିଶା ବାରିପଦା ସହରରେ ସରକାରୀ ବସ୍ ସେବା ଶୁଭାରମ୍ଭ ପାଇଁ ମାରିସାର ବିକ୍ଷୋଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାରିପଦା ସହରଠାରୁ ତଖତପୁର ଓ ଲକ୍ଷ୍ମିପୋଷି ଦେଇ ଓ.ଏସ୍.ଆର୍.ଟି.ସି ମାଧ୍ୟମରେ ବସ୍ ସେବା ପ୍ରଦାନ କରିବା ଦାବିରେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍(ମାରିସା) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାସହ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ହେମାକାନ୍ତ ସୋଏ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପୂର୍ବରୁ ଏଥି ନେଇ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ବସ୍ ସେବାର ଶୁଭାରମ୍ଭ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ମାରିସା ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁ ଘୋର୍ ଉଦ୍ ବେଗ ପ୍ରକାଶ କରିିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରଠାରୁ ତଖତପୁର ପ୍ରାୟ ୩/୪ କି.ମି. ଓ ଲକ୍ଷ୍ମୀପୋଷି ପ୍ରାୟ ୭/୮ କି.ମି. ଦୂରରେ ଅବସ୍ଥିତ ଏବଂ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତଖତପୁରଠାରେ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ସରକାରୀ ବୈଷୟିକ ତାଲିମ୍ ଅନୁଷ୍ଠାନ, ମୟୂରଭଞ୍ଜ କଲେଜ୍ ଅଫ୍ ଏକାଉଟେନ୍ସି ଏଣ୍ଡ ମ୍ୟାନେଜମ୍ୟାଣ୍ଟ, ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବିଜୁପଟ୍ଟନାୟକ ନର୍ସିଂ କଲେଜ ତଥା ମହୂରଭଞ୍ଜ ଆଇନ ମହାବିଦ୍ୟାଳୟ ପରି ଅଗ୍ରଣୀ ଶିକ୍ଷାନୁଷ୍ଠାନ ରହିଥିବାବେଳେ ଲକ୍ଷ୍ମୀିପୋଷିଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ମୟୂରଭଞ୍ଜ ସ୍କୁଲ୍ ଅଫ୍ ଇଂଜିନିୟରିଂ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ ରହିଛି । ଏହିିସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ ନିମନ୍ତେ ଦୈନନ୍ଦିନ ଅନେକ ଛାତ୍ରଛାତ୍ରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ବସ୍ ଯୋଗେ ବାରିପଦାକୁ ଆସିଥାନ୍ତି । ବାରିପଦା ବସ୍ ଷ୍ଟାଣ୍ଡରେ ଓହ୍ଲାଇ ଉପରୋକ୍ତ ଶିିକ୍ଷାନୁଷ୍ଠାନଗୁଡିକ ଯିବାପାଇଁ ଟାଉନ୍ ବସ୍ କିମ୍ବା ଅନ୍ୟାନ୍ୟ ଯାତାୟାତର ସୁବିଧା ନ ଥିବାରୁ ବହୁ ଅସୁବିଧାର ଶିକାର ହେଉଛନ୍ତି । ଏଣୁ ସରକାରୀ ବସ ସେବା ଯୋଗାଇଦେବା ପାଇଁ ବାରିପଦାସହରରୁ ଏହି ଶିକ୍ଷାନୁଷ୍ଠାନମାନଙ୍କୁ ମାରିସା ଆଜି ଦାବୀକରିଛି, ଏବଂ ବିକ୍ଷୋଭ ମଧ୍ୟ କରିଛି । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026