Home ଅପରାଧ ମୟୂରଭଞ୍ଜ ଜିଲ୍ଲାରେ ମାଳ ମାଳ ନକଲି ବେଆଇନ ଔଷଧ ଦୋକାନ : ମାତ୍ର Drugs inspector କୁମ୍ଭକର୍ଣ୍ଣ ନିଦ୍ରାରେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ :-> ମୟୁରଭଞ୍ଜ ଆଦିବାସୀ ବହୁଳ ଜିଲ୍ଲା ଅଟେ ,ଶ୍ୟାମାଖୁଣ୍ଟା, କୁଳିଅଣା, ବିଶୋଇ, ବିଜାତଳା, ଯଶିପୁର, ଠାକୁରମୁଣ୍ଡ ଓ ଶୁଳିଆପଦା ବ୍ଲକ ହେଉଛି ଓଡ଼ିଶା ତଥା ମୟୂରଭଞ୍ଜର, ପଛୁଆ ସ୍ଵାସ୍ଥ କ୍ଷେତ୍ରରେ ଯାହା କିଛି ହେଲେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଉପରେ ନିର୍ଭରଶୀଳ। କିନ୍ତୁ ବ୍ଲକର ଗାଁ ଗଣ୍ଡା ଚାରିଆଡେ ଚରିଗଲାଣି ନକଲି ବେଆଇନ ଔଷଧ ଦୋକାନ l ବ୍ଲକରେ ପାଖାପାଖି ଆଠ ଦଶଟା ବିନା ଲାଇସେନ୍ସରେ ଚାଲିଛି ବେଧଡ଼କ ନକଲି ଔଷଧ ଦୋକାନ ଏବଂ ରୋଗୀ ଚିକିତ୍ସା l ସାଧାରଣ ଲୋକ କିଛି ନଜାଣି ନସୁଣୀ ଏହି ଔଷଧ ଦୋକାନକୁ ଯାଇ ଚିକିତ୍ସା ହେଉଛନ୍ତି ଏବଂ ବିପଦକୁ ଟାଣି ଆଣୁଛନ୍ତି l ଶୁଳିଆପଦା ବ୍ଲକ ଏବଂ ପଶ୍ଚିମଵଙ୍ଗ କିଛି ଖଟିଖିଆ ଦିନ ମଜୁରିଆ ଗରିବ ଆଦିବାସୀ ଲୋକଙ୍କୁ ନକଲି ଔଷଧ ବିକ୍ରି କରି ଭୁଆଁ ବୁଲାଉଛନ୍ତି ଏଥି ନକଲି ଔଷଧ ଦୋକାନୀ। ଦେଖିବାକୁ ମିଳୁଛି ଏହି ଔଷଧ ଦେକାନ ମାନଙ୍କରେ ବେଧଡ଼କ ଫିଜିସିଆନ ସାମ୍ପୁଲ (ନୋଟ ଫର ସେଲ )ଔଷଧ ପ୍ରବଳ ମାତ୍ରାରେ ବିକ୍ରି ହେଉଛି l ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ଏତେ ମାତ୍ରାରେ ଫିଜିସିଆନ ସାମ୍ପୁଲ ଔଷଧ ଆସୁଛି କୁଆଡୁ ଏପରିକି ଦେଖିବାକୁ ମିଳୁଛି କିଛି ଔଷଧ ଦୋକାନୀ ଅନ୍ୟ ବିଭାଗରେ ଚାକିରୀ କରି ବେଆଇନ ଭାବେ ଔଷଧ ବିକ୍ରି ଓ ରୋଗୀ ଚିକିତ୍ସା କିରି ମାଲେମାଲ ହେଉଛନ୍ତି ଓ ନିରୀହ ଲୋକଙ୍କୁ ଦିନ ଦ୍ୱିପ୍ରହର ରେ ଠକିବା ସହିତ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି l କିଛି ଲାଇସେନ୍ସ ପ୍ରାପ୍ତ ଦୋକାନରେ ମଧ୍ୟ ଫିଜିସିଆନ ସାମ୍ପୁଲ ଔଷଧ ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି । ଖଟିଖିଆ ଦିନ ମୋଜୁରିଆ, ମଫସଲର ଲୋକ ଫିଜିସିଆନ ସାମ୍ପୁଲର ମାନେ କଣ ବୁଝନ୍ତି ନାହିଁ l ଏମାନଙ୍କୁ ଠକି ନକଲି ଔଷଧ ଦୋକାନୀବାବୁମାଙ୍କର ପକେଟ ଗରମ l ଏହାକୁ ନେଇ ଜଣସାଧାରଣରେ ଆଲୋଚନା ହେଉଛି ଯଦି ସରକାର ଏହି ବିନା ଲାଇସେନ୍ସ ପ୍ରାପ୍ତ ଔଷଧ ଦୋକାନ ଓ ଫିଜିସିଆନ ସାମ୍ପୁଲ ଔଷଧକୁ ବନ୍ଦ କରନ୍ତେ ତାହାଲେ ବହୁତ ନିରୀହ ଲୋକ ମହାବିପଦ ରୁ ରକ୍ଷା ପାଇଯାନ୍ତେ । ଏଠି ପ୍ରସ୍ନ ଉଠୁଛି ଶ୍ୱାସ୍ଥ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଅଜଣା ଅଛି ନା ସବୁ ଜାଣିଶୁଣି ଚୁପ୍ ? କେବେ ନକଲି ଔଷଧ ଦୋକାନିଙ୍କ ଉପରେ ରୋକ ଲାଗିବ ? କେବେ ଶ୍ୱାସ୍ଥ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। Categories: ଅପରାଧ, ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା by Proprietor Abhimanyu Maharana September 7, 2026 Soulful Sarod of Virtuoso Pt. Tejendra Majumdar and Captivating Odissi by Smt by Proprietor Abhimanyu Maharana September 7, 2026 ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026