୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଏବେ କିଛି ମାସ ଧରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ କେତେକ ଘରୋଇ ଟିଭି ସିଧା ପ୍ରସାରଣ କରୁଛନ୍ତି । ସକାଳୁ ଦ୍ବାରଫିଟା, ପତିତପାବନଙ୍କ ମଙ୍ଗଳ ଆଳତି ନୀତି ପ୍ରଦର୍ଶିତ କରୁଛନ୍ତି । ଏହା ସହ ପତିତପାବନଙ୍କ ଧ୍ବଜା ବନ୍ଧା ନୀତି ସିଧା ପ୍ରସାରଣ ଯୋଗୁ ଶ୍ରୀମନ୍ଦିର ଆଗରେ ଗହଳି ବଢୁଛି । ଶ୍ରୀମନ୍ଦିର ପ୍ରତି ବିପଦ ରହିଥିବାରୁ ଶ୍ରୀମନ୍ଦିର ସୁରକ୍ଷା ଜୋନ ଓ ପରିକ୍ରମା ମାର୍ଗ ନିର୍ମାଣ କରାଯାଇଛି । କେନ୍ଦ୍ରିୟ ଗୋଇନ୍ଦା ସଂସ୍ଥା ସବୁବେଳେ ସର୍ତକ କରୁଛନ୍ତି ।

