୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡିଶା ନିଶା ନିବାରଣ ଅଭିଯାନ ପୁରୀ ଜିଲ୍ଲା କମିଟି ତରଫରୁ ଜିଲ୍ଲା ତଥା ରାଜ୍ୟରେ ସମ୍ପୂର୍ଣ ନିଶା ନିବାରଣ ଆଇନ ଲାଗୁ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦିଆଯାଇଥିଲା | ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଦମୁକ୍ତ ଓଡିଶା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି । ମଦର ପ୍ରଚଳନ ସୁଦୂର ପ୍ରସାରୀ ଏବେ ଚିନ୍ତାଜନକ ସାଜିଛି। ଆଗାମୀ ଭବିଷ୍ୟତ ସମାଜ ପାଇଁ ବିରାଟ ଏକ ପ୍ରଚୀର ଭାବେ ଠିଆହେବାକୁ ଯାଉଛି।
ମଦ ସମାଜରୁ ସମସ୍ତଙ୍କ ସୁଖ, ଶାନ୍ତି ତଥା ସରକାରୀ ଜନହିତକାରୀ ଯୋଜନା ସବୁ ନଷ୍ଟ କରୁଛି | ମଦର ପ୍ରସାର ଯୋଗୁଁ ଗାଁ ରେ ଆର୍ଥିକ, ରାଜନୈତିକ, ସାମାଜିକ ଓ ସଂସ୍କୃତିକ ଜନ ଜୀବନକୁ ଧ୍ବଂସ କରୁଛି । ମଦର ପ୍ରଭବ ସମାଜରେ ପଡୁଥିବାରୁ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥରେ ଵାଧା ସୃଷ୍ଟି କରୁଛି । ଦୁର୍ଘଟଣା ଜନିତ ମୃତ୍ୟ ଫଛରେ ମଦର ବଡ ଭୂମିକା ରହିଛି । ଘରେ ଘରେ ପାରିବାରିକ ଅଶାନ୍ତି , ମଦ ପ୍ରଭାବରେ ମାନସିକ ବିକୃତି,ଯୁବ ସମାଜ କୁ ପଥଭ୍ରଷ୍ଟ କରୁଛି ।
ପ୍ରତିଦିନ ସାରା ଓଡିଶାରେ ହତ୍ୟା,ରାହାଜାନୀ ଭଳି ଘଟଣା ମଦ ଯୋଗୁଁ ଘଟୁଛି। ରାଜ୍ୟ ସରକାର ଯେତିକି ଟଙ୍କା ରାଜସ୍ବ ପାଉଛନ୍ତି ତାଠାରୁ ଅଧିକ ମୁଲ୍ୟବାନ ଜୀଵନ ହରାଉଛନ୍ତି |ସପକ୍ଷବାଦୀଙ୍କ ତୃଟିପୂର୍ଣ୍ଣ ବିଚାରରେ ଆର୍ଥୀକ କ୍ଷେତ୍ରରେ ସରକାର ବହୁତ ରାଜସ୍ବ ଆଦାୟ ହେଉଥିବାର ପ୍ରଚାର କରାଯାଉଥିଲେ ହେଁ ପ୍ରକୃତ କ୍ଷେତ୍ରରେ ଘର, ସମାଜ ଓ ରାଜ୍ୟକୁ କିଭଳି ଦେବାଳିଆ କରୁଛି ଲୋକେ ତାହା ବେଶ୍ ବୁଝି ସାରିଲେଣି |
ସେଥିପାଇଁ ମଦର ପ୍ରଚାର ପ୍ରସାର କରୁଥିବା ବି.ଜେ.ଡି. ସରକାରକୁ ବରଖାସ୍ତ କରି ରାଜ୍ୟର ଶାସନଭାର ଆପଣଙ୍କ ଭଳି ଜଣେ ସମ୍ବେଦନଶୀଳ ତୃଣମୂଳ ସ୍ତରରୁ ଅଭିଜ୍ଞ ଦକ୍ଷ ବ୍ୟକ୍ତିଙ୍କୁ ଅର୍ପଣ କରିଛନ୍ତି । ମଦର ପ୍ରଚାର ପ୍ରସାରକୁ ବିରୋଧ କରି ରାଜ୍ୟରେ ଥିବା ଆଇନ ୧୯୫୬ ମସିହାରୁ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ବାରା ପ୍ରଣୀତ ହୋଇଛି । ପରିତାପର ବିଷୟ ଯେ ଏହି ନିଶା ନିବାରଣ ଆଇନ ୧୯୫୬କୁ ଏ ଯାଏଁ ରାଜ୍ୟରେ ଲାଗୁ କରାଯାଇ ନାହିଁ ।
