ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟାକାଣ୍ଡ ଘଟଣାରେ ତିନି ଗିରଫ

୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା  :-> ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟାକାଣ୍ଡ ଘଟଣାରେ ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୋଡ଼ାସାହିର ବିଶ୍ବଜିତ ମହାରଣା , ମୁକେଶ ସେଠୀ ଓ ଜଗତସିଂହପୁର ଜିଲ୍ଲାର ଆକାଶ ପଟ୍ଟନାୟକ।ସୂଚନା ମୁତାବକ ଗତ ରବିବାର ଦିନ ଖୋର୍ଦ୍ଧା ମୁକୁନ୍ଦପ୍ରସାଦର ମହମ୍ମଦ ସାଜିଦ୍ ନାମକ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ବିଚ୍‌ ରାସ୍ତାରେ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ ।

ପରେ ଖୋର୍ଦ୍ଧା ମେଡ଼ିକାଲରେ ଡାକ୍ତର ସାଜିଦଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ମକୁନ୍ଦ ପ୍ରସାଦ ଅଞ୍ଚଳ ଅଶାନ୍ତ ହୋଇଥିଲା । ସହରରେ ଶାନ୍ତି ଫେରେଇ ଆଣିବାକୁ ଜିଲ୍ଲାପାଳ ସହର ବାସୀଙ୍କ ସହଯୋଗ ଲୋଡିଥିଲେ। ଏହାସହ ପ୍ରଶାସନ ପକ୍ଷରୁ ମୁକୁନ୍ଦପ୍ରସାଦ ଅଞ୍ଚଳରେ ୧୬୩ ଧାରା ଜାରୀ କରାଯାଇଥିଲା । ତେବେ ମଙ୍ଗଳବାର ଦିନ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ କରି ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ପ୍ରଦାନ କରିଛନ୍ତି l

 

Exit mobile version