୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> କୁରାଳ,ଓଡ଼ଗାଁ ସ୍ଥାନୀୟ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ଉଦ୍ ଯାପନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । କୁରାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ବିଜନ ପାଇକରାଏ ସମ୍ମାନିତ ଅତିଥିଭାବେ ଯୋଗଦେଇ ସଂସ୍କୃତ ଭାଷା ମାନବବାଦର ଭାଷା ପ୍ରଥା ପରମ୍ପରା କୁ ପୁନରୁଜ୍ଜୀବିତ କରିବାର ଭାଷା ତଥା ସଂସ୍କାର ସଂପନ୍ନ ବ୍ୟକ୍ତିତ୍ବ ନିର୍ମାଣ କରିବାର ଭାଷା ବୋଲି ବକ୍ତବ୍ଯ ରଖିଥିଲେ ।
