Home ଓଡ଼ିଶା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ, ଦୁଇ ମନ୍ତ୍ରୀ ଙ୍କ ଉପସ୍ଥିତରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜାଲେଶପଟ୍ଟା ଆଶ୍ରମରେ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସକାଳୁ ଆଶ୍ରମ ଅନ୍ତେବାସୀ ମାନେ ସୂର୍ଯ୍ୟ ପୂଜା ଓ ତିଳ ତର୍ପଣ କରି ରାହୁଳ ନଦୀ ଜଳେଶ୍ବର ମନ୍ଦିର ନିକଟରୁ ପବିତ୍ର ଜଳ ଆଣି ସ୍ୱାମୀଜୀ ଙ୍କ ପ୍ରତି ମୃତି ପର୍ଯ୍ୟନ୍ତ କଳସ ଯାତ୍ରା କରି ଆଣିଥିଲେ। ଏହା ପରେ ସ୍ବାମୀଜୀ ଙ୍କ କକ୍ଷରେ ପୂଜାର୍ଚ୍ଚନା କରିଥିଲେ। ଗୋ ପୂଜା, ସୂର୍ଯ୍ୟ ପୂଜା, ଗୀତା ପାଠ, ନାମ ସଂକୀର୍ତ୍ତନ ଓ ହୋମ ଯଜ୍ଞ ଅନୁଷ୍ଠିତ କରାଯାଇଥିଲା ସ୍ୱାମୀଜୀ ବ୍ୟବହାର କରୁଥିବା କଠଉ, ବଙ୍କୁଲି ବାଡି ଗଡୁ, ସମେତ ସାମଗ୍ରୀ ଓ ବିଭିନ୍ନ ପ୍ରକାରର ପୁସ୍ତକ ଗୁଡିକ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଓଡ଼ିଶାର ପଞ୍ଚାୟତରାଜ୍, ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚ ଶିକ୍ଷା, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାମୀଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ପରେ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ଓଡ଼ିଶାର ପଞ୍ଚାୟତରାଜ୍, ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚ ଶିକ୍ଷା, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ,କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାକାନ୍ତ ମଲିକ, ଜଲେଶପଟ୍ଟା ଆଶ୍ରମ ପରିଚାଳକ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ, ସମ୍ପାଦିକା ସଂଧ୍ୟାରଣୀ ପାଣିଗ୍ରାହୀ, କୋଟଗଡ଼ ସ୍ଥିତ ଆଶାରାମ ବାପୁ ଆଶ୍ରମ ପରିଚାଳକ ଯୋଗିରାଜ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ଏହି ମଞ୍ଚରୁ ସ୍ବାମୀ ମୁକ୍ତା ନନ୍ଦ ପୁରୀ ମହାରାଜ କହିଥିଲେ ରାଜ୍ୟ ସରକାର ଏହି ମାମଲାର ପୁନଃ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ସ୍ଵାଗତ ଯୋଗ୍ୟ ଖୁବ ଶିଘ୍ର ପାଣିଗ୍ରାହୀ କମିଶନ ଓ ନାଇଡୁ କମିଶନ ସାର୍ବଜନୀନ କରିବାକୁ ଦାବୀ କରିଛନ୍ତି। ଏହା ସହ କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା ବନବାସୀ ମାନଙ୍କୁ ସ୍ଵବାବଲମ୍ବି କରିବା ପାଇଁ ବିଭିନ୍ନ ଯୋଜନା କରିବାକୁ କହିଛନ୍ତି। ମନ୍ତ୍ରୀ ଦ୍ବୟ ପ୍ରତିଶୃତି ଦେଇ କହିଛନ୍ତି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଙ୍କ ସ୍ବପ୍ନ ବନବାସୀ ମାନଙ୍କୁ ଚାଷ କରି ସ୍ବାବଲମ୍ବୀ ଓ ଉତ୍ତମ ଗୃହିଣୀ ନିର୍ମାଣ କରିବା ଲକ୍ଷ୍ୟ କୁ ପୂରଣ କରାଯିବ। ସ୍ବାମୀଜୀ ଙ୍କ ବଳିଦାନ ବ୍ୟର୍ଥ ଜୀବକୁ ଦିଆଯିବ ନାହିଁ। ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଭଗବାନ ମହାନ୍ତି, ମାନ ଗୋବିନ୍ଦ ପ୍ରଧାନ, ଅନ୍ତର୍ଯ୍ୟାମୀ ବେହେରା,ପ୍ରକାଶ ସୁବୁଦ୍ଧି, ରାଜ କିଶୋର ପାଢ଼ୀ ହୀରଲାଲ ପ୍ରଧାନ, ପ୍ରକାଶ କୁମାର ସାହୁ, ମୁରଲୀଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କନ୍ଧମାଳ ଜିଲ୍ଲାପାଳ ଋତୁରାଜ,ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାହୁଲ ଗୋଏଲ, ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଉପସ୍ଥିତ ଥିଲେ। ଅପ୍ରୀତିକର ପରିସ୍ଥିତି କୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିଲେ। ସଭା ସରିବା ପରେ ଦୁଇ ମନ୍ତ୍ରୀ ଙ୍କୁ ଛାତ୍ରୀ ମାନେ ଓ ଅନ୍ତେବାସୀ ମାନେ ରାଖୀ ବାନ୍ଧିଥିଲେ। ୨୦୦୮ ମସିହା ଜନ୍ମାଷ୍ଟମୀ ଦିନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଜଲେଶପଟ୍ଟା ସ୍ଥିତ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଦ୍ଵାରା ପ୍ରତିଷ୍ଠିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ କିଛି ଅତତାୟୀ ସ୍ୱାମୀଜୀ ଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେହି ଦିନଠାରୁ ପ୍ରତି ବର୍ଷ ଜନ୍ମାଷ୍ଟମୀ ଦିନ ଜଲେଶପଟ୍ଟା ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଆସୁଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 1, 2026 ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେଜିଲ୍ଲପାଳ ଙ୍କୁ ୧୨ ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ by Proprietor Abhimanyu Maharana October 1, 2026 ଗୁମ୍ମା ବ୍ଲକ ସେରଙ୍ଗ ଗ୍ରାମରେ ଫୁଡ୍ ସେଫ୍ଟି ବିଭାଗ ର ଚଢ଼ାଉହୋଟେଲ ଓ ବିଭିନ୍ନ ଦୋକାନରୁ ଖାଦ୍ୟ ନମୁନା ସଂଗ୍ରହ, ମାନ ପରୀକ୍ଷଣ ପାଇଁ ପଠାଯିବ by Proprietor Abhimanyu Maharana October 1, 2026 ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ by Proprietor Abhimanyu Maharana October 1, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣାରେ ୧୨ ଗିରଫ by Proprietor Abhimanyu Maharana October 1, 2026 ଗଜପତି : ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଥିବା ଏ ସି. ଏଫ.ଓ ସୌମ୍ୟ ମୃତ୍ୟୁ ମାମଲାରେ ରୋଷେୟା ଗିରଫ by Proprietor Abhimanyu Maharana October 1, 2026