Home ଓଡ଼ିଶା ଶଙ୍ଖ ଭବନ ରେ ବିଜେଡି ର ନବ ନିର୍ବାଚିତ ବିଧାୟକ ମାନଙ୍କ ପ୍ରଶିକ୍ଷଣ ଶିବିର : ଉଦଘାଟନ କଲେ ନବୀନ ପଟ୍ଟନାୟକ. by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଗଣତନ୍ତ୍ର ର ଶ୍ରେଷ୍ଠ ସୁରକ୍ଷାକାରୀ ହେଉଛି ସକ୍ରିୟ ବିରୋଧୀ ଦଳ. ଓଡିଶା ତଥା ଓଡିଶା ବାସୀଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ବିଧାୟକ ଙ୍କୁ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ. ୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଶଙ୍ଖ ଭବନ ରେ ଆଜି ଆରମ୍ଭ ହେଲା ବିଜେଡି ର ନବନିର୍ବାଚିତ ବିଧାୟକ ମାନଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର. ନବ ନିର୍ବାଚିତ ବିଧାୟକ ଙ୍କ ସହ ବିଜେଡି ର ସମସ୍ତ ବିଧାୟକ ପୂର୍ବତନ ବିଧାୟକ ସାଂସଦ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି. ପୂର୍ବାହ୍ନ ରେ କାର୍ଯ୍ୟକ୍ରମ କୁ ଉଦଘାଟନ କରି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ତଥା ଓଡିଶା ବାସୀଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ଦଳ ର ବିଧାୟକ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି. ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଣତନ୍ତ୍ର ରେ ସରକାର ଙ୍କ ର ଯେତିକି ଦାୟିତ୍ୱ ରହିଛି ବିରୋଧୀ ଦଳ ର ତା ଠାରୁ ଅଧିକ ଦାୟିତ୍ୱ ରହିଛି.ବିରୋଧୀ ଦଳ ହିଁ ଗଣତନ୍ତ୍ର ର ଶ୍ରେଷ୍ଠ ସୁରକ୍ଷା କାରୀ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇ ଲୋକ ଙ୍କ ସ୍ୱାର୍ଥ ଜଡିତ ବିଷୟକୁ ପ୍ରାଥମିକତା ଦେଇ ବିଧାନସଭା ରେ ଉଠାଇବାକୁ ବିଧାୟକ ମାନଙ୍କୁ ସେ ପରାମର୍ଶ ଦେଇଥିଲେ. ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମର ନୂଆ ବିଧାୟକ ମାନଙ୍କୁ ବିଧାନସଭା ର ନୀତି ନିୟମ ଏବଂ କାର୍ଯ୍ୟ ପରିଚାଳନା ବିଷୟ ରେ ସମ୍ୟକ ଜ୍ଞାନ ଦେବା ଏ ତାଲିମ ଶିବିର ର ମୁଖ୍ୟ ଉଦେଶ୍ୟ. କେବଳ ଗୃହ ପରିଚାଳନା ନୁହେଁ ସରକାର ଙ୍କୁ ଉତ୍ତରଦାୟୀ କରିବାରେ ମଧ୍ୟ ଗୃହ ର ନୀତି ନିୟମ ହେଉଛି ଅସ୍ତ୍ର. ତେଣୁ ବିଧାୟକ ଭାବରେ ନିଜ ଦାୟିତ୍ୱ କୁ ନିର୍ବାହ କରିବାପାଇଁ ଗୃହ ର ନୀତି ନିୟମ ସହ ବିଭିନ୍ନ ସଂସଦୀୟ ପରମ୍ପରା ଆଦି ଉପରେ ବିଶେଷ ଧ୍ୟାନ ଦେବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ. ମୁଲତବି ପ୍ରସ୍ତାବ, ଦୃଷ୍ଟିଆକର୍ଷଣ କାରୀ ପ୍ରସ୍ତାବ ପ୍ରଶ୍ନୋତ୍ତର, zero hour ଆଦି ଜରିଆରେ ରେ ସରକାରଙ୍କୁ ଉତ୍ତରଦାୟୀ କରିବା ସହ ବିଭିନ୍ନ କମିଟି କାର୍ଯ୍ୟ ରେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ.ଏହା ସହିତ ନୂଆ ବିଧାୟକ ମାନଙ୍କୁ ମାର୍ଗ ଦର୍ଶନ ଦେବା ପାଇଁ ଶ୍ରୀ ପଟ୍ଟନାୟକ ବରିଷ୍ଠ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ. ସଂସଦୀୟ ଶାସନ ବ୍ୟବସ୍ଥା ସମ୍ପର୍କ ରେ ଆମ ସମ୍ବିଧାନ ର ଜନକ ଡ଼କ୍ଟର ବି ଆର ଆମ୍ବେଦକର ଙ୍କ ମତ ଉଦ୍ଧୃତ କରି ବିରୋଧୀ ଦଳ ନେତା କହିଥିଲେ ଯେ ସଂସଦୀୟ ଶାସନ ବ୍ୟବସ୍ଥା ଉତ୍ତରଦାୟୀ ହୋଇଥିବାରୁ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ଠାରୁ ଏହା ଉତ୍ତମ. ବିଧାନସଭା ଦ୍ୱାରା ଆୟୋଜିତ ତାଲିମ ଶିବିର ଆୟୋଜନ ରେ ରାଜନୈତିକ ଅଭିସନ୍ଧି ଥିଲା. ତା ସହିତ ସେ କାର୍ଯ୍ୟକ୍ରମ ରେ ଆମ ମୁଖ୍ୟମନ୍ତ୍ରୀ ଙ୍କ ସମ୍ମାନ ଓ ମର୍ଯ୍ୟାଦା ନିଜ ରାଜ୍ୟରେ କ୍ଷୁର୍ଣ ହୋଇଥିବା ଅନୁଭବ କରି ବିଜେଡି ସେ କାର୍ଯ୍ୟକ୍ରମ ରୁ ଦୁରେଇ ରହିଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ. 51 ବିଧାୟକ ଙ୍କୁ ନେଇ ବିଜେଡି ଆଜି ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ କାର୍ଯ୍ୟ କରୁଛି ତେଣୁ ସରକାର ଙ୍କୁ ଉତ୍ତର ଦାୟୀ କରିବା ପାଇଁ କୋଣସି ସୁଯୋଗ ଆମେ ହାତଛଡା ନ କରିବାକୁ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଥିଲେ. ରାଜ୍ୟ ସ୍ତରୀୟ କମିଟି ର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ. ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ପ୍ରମୁଖ ଶିବିର ର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ. ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ. ପ୍ରାରମ୍ଭରେ ବିଜୁ ବାବୁ ଓ ଡ଼କ୍ଟର ବି.ଆର ଆମ୍ବେଦକର ଙ୍କ ଫଟୋ ଚିତ୍ର ରେ ବିରୋଧୀ ଦଳ ନେତା ମାଲ୍ୟାର୍ପଣ କରିଥିଲେ. ନବ ନିର୍ବାଚିତ ବିଧାୟକ ମାନଙ୍କ ତାଲିମ ପାଇଁ ଦଶ ଗୋଟି technical session ର ଆୟୋଜନ କରାଯାଇଛି. Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ୭ମ ଓଡ଼ିଶା ଟ୍ରାଭେଲ ବଜାର ସଫଳତାର ସହ ଉଦ୍ଯାପିତ : ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ by Proprietor Abhimanyu Maharana October 7, 2026 7th Odisha Travel Bazaar Concludes Successfully, Marking a New Chapter in Odisha’s Tourism Journey by Proprietor Abhimanyu Maharana October 7, 2026 Odisha’s youth will be skilled in green energy and solar technology along with creating employment opportunities-another step in that direction. by Proprietor Abhimanyu Maharana October 7, 2026 Ranpur - SUBHADEV ENTERPRISES (dishtv) by Proprietor Abhimanyu Maharana October 7, 2026 Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026