Home ଓଡ଼ିଶା ଗଞ୍ଜେଇ ଚାଷ ନକରିବାକୁ ପୁଲିସର ଆହ୍ବାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି :-> ଗଜପତି ଜିଲ୍ଲା ଅଡବା ଅଞ୍ଚଳରେ ଗଞ୍ଜେଇ ଚାଷ ନକରିବାକୁ ଆହ୍ବାନ ଦେଇଛି ପୁଲିସ l ଶୁକ୍ରବାର ଏନେଇ ଏକ ସଚେତନତା ବୈଠକ ଅଡବା ଜଳସମ୍ପଦ ଡାକ ବଙ୍ଗଳାରେ କରlଯାଇଛି l ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକ ରେ ଗଜପତି ଏସପି ଶ୍ୱlତି ଏସ କୁମାର ଯୋଗଦେଇ ଗଞ୍ଜେଇ ଚାଷ ଦ୍ଵାରା ଲୋକଙ୍କ ସମସ୍ୟା ଉପରେ କହିଥିଲେ l ଏଣ୍ଡିପିଏସ ଅlକ୍ଟ ଅନୁଯାୟୀ ଗଞ୍ଜେଇ ଚାଷ ହେଉଥିବା ଜମି ମାଲିକ, ଗଞ୍ଜେଇ ଚାଷୀ , ଗଞ୍ଜେଇ ଚୋରା ଚାଲାଣକlରୀ ତଥା ଗଞ୍ଜେଇ ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା ରହିଛି l ଏହି ଚାଷ ବେଆଇନ ଅଟେ l ଗଞ୍ଜେଇ ଚାଷ ସମୁଳେ ବିନାଶ ପାଇଁ ପ୍ରତିବର୍ଷ ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ହଜାର ହଜାର ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଉଛି l ଲୋକେ ଗଞ୍ଜେଇ ଚାଷ ଛାଡି କାଜୁ, ମକା, ମାଣ୍ଡିଆ, ବାଜରl ଆଦି ଚାଷ କରିବାକୁ ପରାମର୍ଶ ଦେବା ସହ ସରକାରଂକ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରି ଅଧିକ ଲାଭଦାୟକ ଚାଷ କରିବାକୁ ଏସପି ପରାମର୍ଶ ଦେଇଛନ୍ତି l ତେବେ ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା l ପର୍ଯ୍ୟାପ୍ତ ଜମି ନଥିବା ଯୋଗୁଁ ଲୋକେ ପାହାଡ ଉପରେ ନିର୍ଭର କରନ୍ତି l ଅନ୍ୟ ପକ୍ଷରେ ଆଦିବାସୀଙ୍କ ପାଇଁ ଥିବା ଟିଡିସିସି ଗୁଡ଼ିକୁ ସରକାର ବନ୍ଦ କରିଦେଇଛନ୍ତି l ତେଣୁ ଆଦିବାସୀଙ୍କୁ ସରକାର ଉପଯୁକ୍ତ ଚାଷ ବ୍ୟବସ୍ଥା କରିବା ସହ ଜଳ ସେଚନ ବ୍ୟବସ୍ଥା, ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ଟିଡିସିସି କୁ ପୁଣି କାର୍ଯ୍ୟକ୍ଷମ କରାଗଲେ ଗଞ୍ଜେଇ ଚାଷରୁ ଲୋକେ ନିବୃତ ରହିବେ ବୋଲି ଉପସ୍ଥିତ ଆଦିବାସୀ ନେତା ମତ ପ୍ରକାଶ କରିଛନ୍ତି l ଏହି ସଚେତନତା ବୈଠକ ରେ ଅଡବା ଥାନା ଅଞ୍ଚଳର ସମସ୍ତ ପଂଚାୟତର ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗଦେଇଥିଲେ l ଏହିପରି କିଛି ଦିନ ତଳେ ଗଜପତି ଏସ୍ପି ଆର,ଉଦୟଗିରି ଥାନାର ସମ୍ବଲପୁର ଗ୍ରାମରେ ସଚେତନା ଶିବିର କରାଯାଇ ଅଞ୍ଚଳର ଲୋକଙ୍କୁ ସଚେତନା କରାଇଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026