Home ଓଡ଼ିଶା କାର୍ ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶୁକ୍ରବାର ରାତି ରେ ଏକ କାର୍ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଛି l ମୃତକ ବିରିକୋଟ ଗ୍ରାମର ଶିଶିର କନ୍ଧ l ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର ବ୍ରହ୍ମପୁର ରୁ ରାୟଗଡା ଜ଼ିଲ୍ଲା ପଦ୍ମପୁର ଅଭିମୁଖେ ଯାଉଥିଲା,ଏହି ସମୟରେ ବିପରୀତ ଦିଗରୁ ଶିଶିର ଏକ ବାଇକ ରେ ଘରକୁ ଫେରୁଥିବା ବେଳେ କାର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ଶିଶିର ବାଇକ ସହ ଛିଟିକି ହୋଇ ରାସ୍ତା କଡରେ ପଡ଼ିଥିଲେ l ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକେ ଶିଶିର ଙ୍କୁ ଉଦ୍ଧାର କରି ପ୍ରଥମେ ବିରିକୋଟ ଏବଂ ପରେ ଆମ୍ବୁଲାନ୍ସ ଯୋଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ l ତେବେ ସେଠାରେ ଡାକ୍ତର ଶିଶିର କୁ ମୃତ ଘୋଷଣା କରିଥିଲେ l ଅଡବା ପୋଲିସ ମୃତଦେହ ଜବତ କରିବା ସହ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା କାର୍ ର ଡ୍ରାଇଭର ଫେରାର୍ ଥିବା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି l Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026