୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ ଭଳିଆସହି ଉଚ୍ଚ ବିଦ୍ୟାଳୟଠାରେ. ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମ ଚନ୍ଦ୍ର ଦଳବେହେରାଙ୍କ ଅନୁମତି କ୍ରମେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅତି ଆନନ୍ଦର ସହିତ ପାଳନ ହେଇଯାଇଛି । ଉକ୍ତ ଉତ୍ସବ ରେ ଅବସର ପ୍ରାପ୍ତ ବାନପାଳ ତଥା ବର୍ତ୍ତମାନ ବନ୍ୟ ସୁରକ୍ଷା ସମିତିର ସଦସ୍ୟ ଶ୍ରୀଯୁକ୍ତ ତ୍ରିନାଥ ମାଳରତ୍ନ ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜନ୍ମାଷ୍ଟମୀ ପାଳନର ଉଦ୍ଦେଶ୍ୟ ଏଵଂ ଶ୍ରୀକୃଷ୍ଣଙ୍କ ଜନ୍ମ ର ବୃତ୍ତାନ୍ତ ବିଷୟରେ ପିଲାମାନଙ୍କୁ ଅତି ସୁନ୍ଦର ଭାବରେ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ତତ୍ ସହିତ ଛେଳିଗଡ ଆଦର୍ଶ ବିଦ୍ୟାଳୟର କଳା ବିଭାଗର ଶିକ୍ଷୟତ୍ରୀ ସୁଶ୍ରୀ ରଞ୍ଜିତା ମହାନ୍ତି ସମ୍ମନିତା ଅତିଥି ଭାବେ ଯୋଗ ଦେବା ସହିତ ଶିକ୍ଷକ ସୁଶାନ୍ତ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

