Home ଓଡ଼ିଶା ଆଦିବାସୀଙ୍କ ବିରୋଧରେ ରାମନାଗୁଡ଼ା ପୋଲିସ୍ର ମିଥ୍ୟାକେସ୍ ପ୍ରତ୍ୟାହାର କରିବା ଦାବିରେ ସିପିଆଇ (ଏମ୍-ଏଲ୍) ଲିବରେସନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗଡ ଭୁବନେଶ୍ବର ନାଗଭୂଷଣ ଭବନ ସିପିଆଇ (ଏମ୍ଏଲ) ରାଜ୍ୟ ଅଫିସ ରେ ସାମ୍ଭାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତା ୧୬.୦୨.୨୦୬ ୪ରିଖରେ ସଂଯୁକ୍ତ କିଷାନ ମୋର୍ଜା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ମିଳିତ ମଞ୍ଚର ଆହ୍ବାଳରେ “ଗ୍ରାମୀଣ ଭାରତ ବନ୍ଦ’ଗ ଡାକରା ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ପଦକ୍ଷେପ ବିରୋଧରେ ଏହା ଏକ ସର୍ବଭାରତୀୟ ଡାକରା ଅଲା । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ବ୍ଲକ ଅଞ୍ଚଳର ଆଦିବାସୀ କୃଷଳ ଓ ଶ୍ରମିକମାନେ ଶାନ୍ତିପୁର୍ଣ ଭାବେ ଏହି ବନ୍ଦରେ ଅଂଶଗ୍ରହଣ କରିଥିଲେ । ଏହି ବନ୍ଦ ଆନ୍ଦୋଳନ ସମ୍ପର୍କରେ ଜିଲ୍ଲା ଓ ସ୍ଥାନୀୟ ସମସ୍ତ ପ୍ରଶାସନିକ ଆଧୁକାରୀଙ୍କୁ ଜଣାଇ ଦିଆଯାଇଥିଲା । ବନ୍ଦ ବେଳେ ରାମନାଗୁଡ଼ାର ଥାନାର ତତ୍କାଳୀନ ଜନୈକ ପୋଲିସ୍ ଅଫିସର ଠାକୁର ଦାସ ଟୁଡୁ ବାବୁ ବିକ୍ଷୋଭକାରୀଙ୍କୁ ଗାଳିଗୁଲଜ କରିବା ସହ ଜଣଙ୍କୁ ଛାପୁଡ଼ା ମାରିଥିଲେ । ଫଳରେ ଆନ୍ଦୋଳନକାରୀମାନେ ଏହାର ପ୍ରତିବାଦ ମଧ୍ୟ କରିଥିଲେ । ପରେ ଆଦିବାସୀ ନେତା ଆମ ପାର୍ଟିର କେନ୍ଦ୍ର କମିଟି ସଭ୍ୟ ସାଥୀ ତ୍ରିପତି ଗମାଙ୍ଗ ଅନ୍ୟ ନେତୃବୃନ୍ଦଙ୍କ ସହ ରାମନାଗୁଡ଼ା ପୋଲିସ୍ ଷ୍ଟେସନ ଯାଇ ଏହି ଘଟଣା ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ । କଥାଟା ଏଇଠି ଶେଷ ହୋଇଥିଲା । ୬ ମାସରୁ ଉର୍ଦ୍ଧ ସମୟ ପରେ ୨୦.୦୮.୨୦୨୪ ରିଖରେ ରାମନାଗୁଡ଼ା ପୋଲିସ୍ ଗ୍ରାମୀଣ ବନ୍ଦ ଡାକରାରେ ଭାଗ ନେଇଥିବା ନିରୀହ ଆଦିବାସୀଙ୍କ ମଧ୍ୟରୁ ୫ଜଣଙ୍କ ନାଁରେ ପୋଲିସ୍କୁ ‘ହତ୍ୟା ଉଦ୍ୟମ’ ଭଳି ସଙ୍ଗୀନ ଦଫା ଲଗାଇ କେସ୍ ଦାଖଲ କରିଛନ୍ତି ଓ ୩ଜଣଙ୍କୁ ଗିରଫ କରି କୋର୍ଟ ଗଲାଣ କରିଛନ୍ତି । ସେମାନେ ହେଲେ ରାମନାଗୁଡ଼ା ଅନ୍ତର୍ଗତ ତାମିଲିଗୁଡ଼ା ଗାଁର ଗୋବିନ୍ଦ ପାତିକା, ବୁଲ ପାତିକା ଓ କାଟିକି ଗାଁର ପୁଆଲା ରାମବାବୁ । ତଳକୋର୍ଟରେ କାମିନ ନ ମିଳିବାରୁ ଏବେ ସେମାନେ ଜେଲ୍ରେ ଅଛନ୍ତି । ଏହି ଘଟଣା ଘଟିଛି ଯେତେବେଳେ ଆଦିବାସୀ ମାନେ ଜମିରେ ଛାଷକାମ କରୁଛନ୍ତି ଓ ମୂଲ ମଜୁରି ଖଟି ଜୀବିକା ନିର୍ବାହ କରୁଛନ୍ତି । ଅନ୍ୟାନ୍ୟ ଦପାଂ ସହ ‘ ହତ୍ୟା ଉଦ୍ୟମ’ ଭଳି ଦଫା ଲାଗିଥିବା କେସ୍କୁ ପୋଲିସ୍ ୬ମାସ ଅପେକ୍ଷା କରିବା ଷଡ଼ଯନ୍ତ୍ର ଛଡ଼ା ଅନ୍ୟ କିଛି ନୁହେଁ । ଅତୀତରେ ସବୁବର୍ଷ ଭଳି ଛାଷକାମ ବେଳେ ଓଡ଼ିଶା ଓ ଆନ୍ଧ୍ର ଜମିଦାରଙ୍କ ସହ କିଛି ଅସାଧୁ ପୋଲିସ୍ ମିଶି ଏଭଳି ମିଥ୍ୟା କେସ୍ ଗରିବ ଆଦିବାସୀଙ୍କ ବିରୋଧରେ କରିବାର ଅନେକ ନଜିର ରହିଛି । ଦୀର୍ଘ ୪୦-୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଗରିବ ଆଦିବାସୀମାନେ ସିଲିଂ ବହିର୍ଭୁତ ଜମି ଛାଷବାସ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ଛାଷବାସ ବେଳେ ଏଭଳି ମିଥ୍ୟା କେସ୍ରେ ଫସାଇ ହଇରାଣ ହରକତ କରାଯିବା ଅତ୍ୟନ୍ତ ଦୁଃଖଦ ଓ ଅମାନବୀୟ ଘଟଣା । ଆମେ ସି.ପି.ଆଇ (ଏମ୍-ଏଲ୍) ଲିବରେସନ ଓଡ଼ିଶା ରାଜ୍ୟ କମିଟି ତରଫରୁ ଏହାର ଘୋର ନିନ୍ଦା କରିବା ସହ ତୁରନ୍ତ ମିଥ୍ୟା କେସ୍ ପ୍ରତ୍ୟାହାର ପାଇଁ ଦାବି କରୁଛୁ । ରାୟଗଡ଼ା ଏସ୍ପି ଓ ରାଜ୍ୟ ଡି.ଜି.ପି ଏହାର ତଦନ୍ତ କରି ଆଦିବାସୀଙ୍କୁ ନ୍ୟାୟ ଦେବା ଓ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରୁଛୁ । ଅନ୍ୟାୟ ଅତ୍ୟାଚାର ବିରୋଧରେ ଆନ୍ଦୋଳନ କରିବା ଏକ ସାମ୍ବିଧାନିକ ଅଧିକାର । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରୁଛୁ । ଉପସ୍ଥିତ ଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026