ଶିଶୁମାନଙ୍କ ଦ୍ଵାରା ରାଧା କୃଷ୍ଣ ବେଶଧାରୀ ଗୋପ ନଗର ପରିକ୍ରମା  

୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :->  ସମଗ୍ର ଭାରତ ବର୍ଷରେ ଥିବା ପୂରପଲ୍ଲୀ ରେ ଆନନ୍ଦ ଉଲ୍ଲାସ ରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି l ସୋମବାର ଦିନ 9:30 ରେ ଗୋପ ହାପି କଲୋନୀ ସ୍ଥିତ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଅନୁଷ୍ଠିତ ହୋଇଯାଇଛି l ଏହି ଜନ୍ମାଷ୍ଟମୀ ଅବସରରେ ଶତାଧିକ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରାଧା ଶ୍ରୀକୃଷ୍ଣ ବେଶରେ ସୁସଜ୍ଜିତ ହୋଇ ବିଦ୍ୟାଳୟ କୁ ଆସିଥିଲେ l ପୂର୍ବନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ରମ କୁ ସୁଚାର ରୂପେ ସମ୍ପଦନା ବିଦ୍ୟାଳୟ ଗୁରୁଜୀ ଗୁରୁମା l

ଏହି ଉତ୍ସବ ରେ ଗୋପ ର ବରିଷ୍ଠ ପ୍ରବଚକ ତଥା ସନାତନ ଧର୍ମୀ ପ୍ରଚାରକ ବିମ୍ବାଧର ସେନାପତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ଗୋଛାୟତ ଯୋଗ ଦେଇଥିଲେ l ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ତୋଫାନ କୁମାର ଦଳାଇ ସଭାପତିତ୍ୱ କରିଥିଲେ ବିଦ୍ୟାଳୟ ସମ୍ପାଦକ ସତ୍ୟନାରାୟଣ ସେନାପତି, ରଶ୍ମିରଞ୍ଜନ ପରିଡା ପ୍ରଭୁତି ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l

ପ୍ରାରମ୍ଭରେ ପୂଜାର୍ଚନା ବନ୍ଦନା ଆଦି କାର୍ଯ୍ୟକ୍ରମ ସରିଲାପରେ ରାଧା ଓ ଶ୍ରୀକୃଷ୍ଣ ବେଶରେ ସୁସଜ୍ଜିତ ପିଲାମାନଙ୍କୁ ବିଦ୍ୟାଳୟ ପକ୍ଷରୁ ବନ୍ଦାପନା କରିବାପରେ ପୂର୍ବରୁ ଆୟୋଜିତ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା l ତାପରେ ସମସ୍ତ ଛାତ୍ର ଛାତ୍ରୀ ମାନେ ପାରମ୍ପରିକ ବାଦ୍ୟ ର ତାଳେ ତାଳେ ନାଚ ଗୀତ ଗାଇ ସମଗ୍ର ଗୋପ ନଗରୀ ପ୍ରକମ୍ପିତ କରିବା ସହିତ ଗୋପ ନାଗର ପରିକ୍ରମା କରିଥିଲେ l ଗୋପ ରେ ଗୋପୀଙ୍କ ଗହଣରେ ଶ୍ରୀକୃଷ୍ଣ ଙ୍କ ପରିକ୍ରମା ଦେଖି ଅନେକ ବ୍ୟକ୍ତି ବିଶେଷ ମିଠାଇ ଲଡ଼ୁ ଆଦି ବଣ୍ଟନ ମଧ୍ୟ କରିଥିଲେ l

Exit mobile version