Home ଓଡ଼ିଶା ଓଡ଼ିଶାରେ ପୁରୁଣା ପେନସନ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୟୁନିଫାଏଡ ପେନସନ ନୁହେଁ ଅବିକଳ ପୁରୁଣା ପେନସନ ଦରକାର ୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଳମ୍ୱରେ ହେଲେ ମଧ୍ୟ କର୍ମଚାରୀ ମାନଙ୍କ ଦାବିକୁ ବିଚାରକୁ ନେଇ ୟୁନିଫାଏଡ ପେନସନ ସ୍କିମକୁ ଅନୁମୋଦନ କରାଯାଇଛି ଯାହାକୁ କର୍ମଚାରୀ ମାନଙ୍କ ତରଫରୁ ସ୍ୱାଗତ କରାଯାଉଅଛି କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରାଯାଉଛି କି କର୍ମଚାରୀ ମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଘୋଷଣା କରାଯାଉ । ୟୁନିଫାଏଡ ପେନସନ ସ୍କିମରେ ୨୫ ବର୍ଷରୁ କମ କାର୍ଯ୍ୟକରିଥିବା କର୍ମଚାରୀ ବହୁତ ଭାବରେ କ୍ଷତିଗ୍ରସ୍ଥ ହେବେ ,ମହଙ୍ଗା ଭତ୍ତା ଏବଂ ଜିପିଏଫ ସମ୍ବନ୍ଧରେ ସ୍ପଷ୍ଟୀକରଣ ନଦେବା , କର୍ମଚାରୀ ମାନଙ୍କ ଜମା ରାଶି ମିଳିବ କି ନାହିଁ କର୍ମଚାରୀ ମାନଙ୍କୁ ଦ୍ୱନ୍ଦ୍ୱ ମଧ୍ୟରେ ରଖୁଅଛି । ଏଥି ସହିତ ସବୁ ରାଜ୍ୟରେ ପୁରୁଣା ପେନସନ ପାଇଁ ଯୋରଦାର ବିରୋଧ କରୁଥିବା ବେଳେ କିଛି ରାଜ୍ୟ ରାଜ୍ୟ ଛତିଶଗଡ, ଝାଡ଼ଖଣ୍ଡ, ରାଜସ୍ତାନ ଏବଂ ହିମାଚଳ ପ୍ରଦେଶରେ ପୁରୁଣା ପେନସନ ଲାଗୁ ହୋଇଥିବା ବେଳେ କିଛି ରାଜ୍ୟରେ ପୁରୁଣା ପେନସନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କମିଟି ଗଢ଼ାଯାଇ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଲାଗୁକରିବାକୁ ଅଗ୍ରସର ହେଉଥିବା ବେଳେ ଓଡ଼ିଶାର କର୍ମଚାରୀମାନେ ପୁରୁଣା ପେନସନ୍ ଯୋଜନା ବିନା ତାଙ୍କ ଭବିଷ୍ୟତ ଅନ୍ଧାର ବୋଲି ଓଡିଶା ପୁରୁଣା ପେନସନ ଅଭିଯାନ ସଭାପତି ବିଜୟ ମଲ୍ଲ ,ପ୍ରଜ୍ୟୋତ୍ନ ବରାଳ, ରଶ୍ମୀରଂଜନ ପାଢୀ, ରାଜେଶ ମହାନ୍ତି, ବ୍ରହ୍ମାନନ୍ଦ ମହାରଣା, ବଙ୍କୀମ୍ ସାଗର, ବିମଳ ଚୌଧୁରୀ, ଖଗେନ୍ଦ୍ର ପାଲ, ବିଭୂ ପ୍ରସାଦ ସାହୁ, ସୁଶାନ୍ତ ବେହେରା, ଅକ୍ଷୟ ମଲ୍ଲିକ, ଗୁରୁଗୋବିନ୍ଦ ଦଳାଇ, ଅଶ୍ବିନୀ ମିଶ୍ର, ରବିନ୍ଦ୍ର ପ୍ରଧାନ, ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ଅନ୍ତର୍ଯ୍ୟାମୀ ଲେଙ୍କା,କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉରାୟ, ସୁଧାଂଶୁ ପୁହାଣ,ଆଦିତ୍ୟ ନାରାୟଣ ସ୍ୱାଇଁ, ଶୁଚିସ୍ମିତା ଦାସ ,ଶ୍ୟାମଳୀ ପଟ୍ଟନାୟକ, ଅନୀତା ବେହେରା,ଶିବ ଶଙ୍କର ସବୁ ପ୍ରମୁଖ ଏକ ପ୍ରେସ ବିବୃତି ମାଧ୍ୟମରେ ଓଡିଶା ର ସମସ୍ତ ସରକାରୀ କର୍ମଚାରୀ ମାନ୍ୟବର ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ କର୍ମଚାରୀ ମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଲାଗୁକରାଯିବା କୁ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026