୮ବର୍ଷ ପରେ ମଧ୍ଯ ଚାର୍ଜ ହୋଇପାରିନି ସୁତନ ୩୩ କେବି ବିଦ୍ୟୁତ ସବଷ୍ଟେସନ : ୬ଗୋଟି ଗ୍ରାମରେ ଲୋ ଭୋଲଟେଜ ସମାସ୍ୟା – ଭୋଗୁଛନ୍ତି ଅଞ୍ଚଳ ବାସି

୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ  :->  କୋଣାର୍କ ନିକଟସ୍ଥ ସୁତନ ଗ୍ରାମପଞ୍ଚାୟତର ୬ଗୋଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ ୨୦୧୬ ମସିହା ଠାରେ ଓପିଟିସିଏଲ ମାଧ୍ୟମରେ ଆରମ୍ଭ କରାଯାଇଥିବା ସୁତନ ୩୩ କେବି ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟ ବିଭାଗୀୟ ଦାୟିତ୍ବହୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଦୀର୍ଘ ୮ବର୍ଷ ବର୍ଷପରେ ବିଳମ୍ବରେ ସରିଥିଲେ ମଧ୍ୟ ଏହି ସବଷ୍ଟେସନ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ ଉପକୂଳ ଅଞ୍ଚଳ ହୋଇଥିବାରୁ ଯନ୍ତ୍ରାଂଶ ରେ ଜଙ୍କ ଲାଗିବା ଆରମ୍ଭ ହେଲାଣି ।

୫୦ ହଜାରରୁ ଊର୍ଦ୍ଧ୍ବ ବିଦ୍ୟୁତ ଉପଭୋକ୍ତା ଲୋ ଭୋଲଟେଜ ସମାସ୍ୟା ଯୋଗୁଁ ବର୍ଷା ଋତୁରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶଯେ ସବଷ୍ଟେସନ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ବିଦ୍ଯୁତ ବିଭାଗ ପକ୍ଷରୁ ୬କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଏହି ବିଦ୍ଯୁତ ସବଷ୍ଟେସନ କାର୍ଯ୍ୟ ୨୦୧୬ ମସିହା ଠାରୁ ଆରମ୍ଭ ହୋଇଥିଲା ବେଳେ ଅଦ୍ୟାବଧି ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ।

କାର୍ଯ୍ୟକ୍ଷମ ହେଇପାରି ନାହିଁ ଏହା କାର୍ଯ୍ୟକ୍ଷମ ନହେବା ଫଳରେ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି ଯେଉଁ ଲକ୍ଷ୍ୟ ନେଇ ଏହି ବିଦ୍ଯୁତ ସବଷ୍ଟେସନ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଥିଲେ ତାହା ଫଳପ୍ରଦ ହେବା ଆଶଙ୍କା ପ୍ରକାଶ ପାଇଛି। ଏହି ବିଦ୍ଯୁତ ସବଷ୍ଟେସନ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ସୁତନ, ତରକୋର, କାନପୁର, ଟିକନା,

ହାଟୁଆଦଣ୍ଡା ଓ ଭିଙ୍ଗୁରାଡି ସମେତ ୧୦ରୁ ଉର୍ଦ୍ଧ୍ବ ଗ୍ରାମର ୫୦ହଜାର ବିଦ୍ୟୁତ ଉପଭୋକ୍ତା ଲୋ ଭୋଲଟେଜ ଭଳି ଗୁରୁତର ସମାସ୍ୟା ଦେଇ ଗତି କରୁଛି। ଫଳରେ ବର୍ଷା ଋତୁରେ ବିଷାକ୍ତ ଜୀବଜନ୍ତୁଙ୍କ ଭୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋ ଭୋଲଟେଜ ସମାସ୍ୟା ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୁତନ ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟ ଦୀର୍ଘ ୮ବର୍ଷ ଧରି ଚାଲିଥିବା ବେଳେ କେଉଁ କାରଣ ଓ ସମାସ୍ୟା ଯୋଗୁଁ ତାହା ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ତାହା ଚାର୍ଜ ହୋଇପାରିନାହିଁ ଓପିଟିସିଏଲ ଏହାର ତଦାରଖ କରିବା ସହିତ ଅବହେଳା ନା କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାର ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ତାହା ତଦନ୍ତ ସାପେକ୍ଷ ।

ବିଦ୍ୟୁତ ଯୋଗାଣ କରିବା ପାଇଁ ରାଜ୍ୟ ମୁଖ୍ୟଶାସନ ସଚିବ, ବିଦ୍ଯୁତ ବିଭାଗ ସଚିବ, , ପୁରୀ ଜିଲ୍ଲାପାଳ ଓ ଓପିଟିସିଏଲ ର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସୁତନ ସମେତ ବୁଦ୍ଧି ଜୀବି,ଉପଭୋକ୍ତା ମାନେ ଦାବି କରିଛନ୍ତି ।

Exit mobile version