Home ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ଦ୍ଵିତୀୟ ବାର୍ଷିକ ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶିଶୁ କିଶୋର ସାହିତ୍ୟ ଏକାଡେମୀର ଦ୍ଵିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି | ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସଚକୁ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦଘାଟନ କରିଥିଲେ | ଉତ୍ସବରେ ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଏବଂ ଡକ୍ଟର ମନୀନ୍ଦ୍ର ମହାନ୍ତି, ବୀରେନ୍ଦ୍ର ସାମନ୍ତରାୟ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ | ପ୍ରାରମ୍ଭରେ ସତ୍ୟନାରାୟଣ ମିଶ୍ର ଉପକ୍ରମଣିକା ସହିତ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିଲେ | ଶିଶୁ ନୃତ୍ୟ ଶିଳ୍ପୀ ଆରଭି ପଟ୍ଟନାୟକଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା | ଡକ୍ଟର ହେମନ୍ତ ଛୋଟରାୟ ଅତିଥି ପରିଚୟ ପରେ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ ଏକାଡେମୀର ସାଧାରଣ ସମ୍ପାଦକ ବୀରେନ୍ଦ୍ର ମହାନ୍ତି | ଉତ୍ସବରେ ଧନଞ୍ଜୟ ସ୍ୱାଇଁଙ୍କ କରଣୀ ନୁହେଁ କଲମ ଧର, ହରିହର ଶୁକ୍ଳଙ୍କ ଗପର ମହକ ଗୀତର ମହୁ, ସଂଗ୍ରାମ କେଶରୀ ପୃଷ୍ଟିଙ୍କ ଆରେ ଠେକୁଆ ଆ, ପ୍ରଭାତ ଚନ୍ଦ୍ର ରଥଙ୍କ ଆମ ଜେଜେଙ୍କ ମଜା ଗପପୁସ୍ତକକୁ ଅତିଥି ମାନେ ଉନ୍ମୋଚିତ କରିଥିଲେ | ଉତ୍ସବରେ ଉଦବୋଧନ ଦେଇ ବକ୍ତାମାନେପିଲାମାନଙ୍କ ପାଇଁ ରଚିତ ସାହିତ୍ୟ ଉଭୟ ଆନନ୍ଦ ଓ ଦାୟିତ୍ୱର ସାହିତ୍ୟ ହେବା ଉଚିତ | ଏଭଳି ସାହିତ୍ୟ ରଚନା କରାଯାଉ ଯାହା ଶିଶୁ ମନଲାଖି ହେବା ସହିତ ଉପର ପୀଢ଼ି ପାଇଁ ଉତ୍ତର ଦାୟିତ୍ୱ ବହନ କରୁଥିବ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ | ଗାଳ୍ପିକ ପରେଶ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ | ଏକାଡେମୀର ପ୍ରାତଃ ଅଧିବେଶନ ପ୍ରଭାତ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା | କ୍ରିଷ୍ଣା ମହାପାତ୍ର, ଆଶାଲତା ପ୍ରଧାନ, ମନୋରମା ପାତ୍ର, ଧ୍ରୁବ ଚରଣ ଘିବେଲା, ସୁଶ୍ରୀ ସବିତା ଭୋଇ, ବିରଞ୍ଚି ନାରାୟଣ ଦାଶ, ପ୍ରଭାସିନୀ ମିଶ୍ର ଙ୍କ ସଂଯୋଜନାରେ ଶିଶୁ ସାହିତ୍ୟିକ ମାନେ କବିତା ପାଠ କରିଥିଲେ | ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏକାଡେମୀର ଉପସଭାପତି ମହେନ୍ଦ୍ର କୁମାର ମଲ୍ଲିକ | ରମେଶ ଚନ୍ଦ୍ର ଦାଶ, ମିନତୀ ପଟ୍ଟନାୟକ, କବିତା ମିଶ୍ର, ଲକ୍ଷ୍ମୀ ପ୍ରିୟା ଦାଶ ପ୍ରମୁଖ ଉତ୍ସବ ପରିଚାଳନା ରେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ପୁରୀ.କଟକ. କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କୋରାପୁଟ ଜିଲ୍ଲା ରୁ ଶତାଧିକ ଶିଶୁ ସାହିତ୍ୟିକ ଯୋଗ ଦେଇଥିଲେ | Categories: ଓଡ଼ିଶା, ପୁରୀ, ହୋମ୍ Related Content ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026 ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ by Proprietor Abhimanyu Maharana August 10, 2026 ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026 ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ by Proprietor Abhimanyu Maharana August 10, 2026