ଭାରତୀୟ ଆଇନଜୀବୀ ସଂଘ : ରାଜ୍ୟ ସ୍ତରୀୟ ସେମିନାର ନୂତନ ଦଣ୍ଡବିଧି ଆଇନ 2023 (ବିଏନଏସ ଓ ବିଏନଏସଏସ ଓ ବିଏସଏ) ବିଷୟରେ ଅନୁଷ୍ଠିତ

୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-> ଭାରତୀୟ ଆଇନଜୀବୀ ସଂଘ,ଓଡିଶା ଶାଖା ଆହ୍ୱାନ କ୍ରମେ ,ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ରାଜ୍ୟ ସ୍ତରୀୟ ସେମିନାର ନୂତନ ଦଣ୍ଡବିଧି ଆଇନ 2023 (ବିଏନଏସ ଓ ବିଏନଏସଏସ ଓ ବିଏସଏ) ବିଷୟରେ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ମାନବିକ ଅଧିକାର ଆୟୋଗର ସଦସ୍ଯ ଶ୍ରୀଯୁକ୍ତ ଅସୀମ ଅମିତାଭ ଦାସ ଏହାକୁ ଉଦଘାଟନ କରି ବହୁ ତଥ୍ଯ ସମ୍ବଳିତ ବକ୍ତବ୍ଯ ରଖିଥିଲେ ।

ରାଜ୍ଯ ସଂଗଠନ ସମ୍ପାଦକ ଡା.ପ୍ରଶାନ୍ତ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ,ରାଜ୍ଯ ସାଧାରଣ ସଂପାଦକ ଚିତ୍ତରଞ୍ଜନ ନନ୍ଦ ଆଲୋଚନାଚକ୍ରର ଭିତ୍ତିପତ୍ର ଉପସ୍ଥାପନ କରିଥିଲେ। ଓଡିଶା ହାଇକୋର୍ଟର ଆଇନଜୀବୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା ,ପାଟନା ହାଇକୋର୍ଟର ଯୁବ ଆଇନଜୀବୀ ଶକ୍ତି ଗାୟତ୍ରୀ ପଣ୍ଡା,ଦୀପକ କୁମାର ଦାସ,ଅମରେନ୍ଦୁ ମହାନ୍ତି,

ଅମୀୟ ପଟ୍ଟନାୟକ, ଟୁଟୁ ପାତ୍ର,ରମଣୀ ରଞ୍ଜନ ରାଉତରାୟ,ହରପ୍ରସାଦ ରଥ, ବିଦେଶୀ ନାହକ ପ୍ରମୁଖ ବିଷଦ ଭାବରେ ଆଲୋଚନା କରି ଆଇନର ସମସ୍ତ ନକାରାତ୍ମକ ଓ ସକାରାତ୍ମକ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ଯ ସେମିନାର ଆୟୋଜନ କମିଟିର ଆବାହକ, ରାଉରକେଲା ବାର ଏସୋସିଏସନ ସଭାପତି ସଦାନନ୍ଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ରାଜ୍ଯର ବିଭିନ୍ନ ବାର ଆସୋସିଏସନରୁ ବହୁ ଆଇନଜୀବି,

ନବାଗତ ଆଇନଜୀବି, ଆଇନଜ୍ଞ ଓ ଆଇନ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତୁରନ୍ତ ରାଜ୍ଯ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଏହି ଆଇନର ବ୍ୟାପକ ତର୍ଜମା କରାଯିବାକୁ ଏହି ଆଲୋଚନାଚକ୍ରରେ ଦାବୀ କରାଯାଇଛି ।

Exit mobile version