ନୟାଗଡ଼ ଜିଲ୍ଲାର ୪ଟି ଜେଲରେ ପୋଲିସର ଚଢ଼ାଉ

୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଜେଲରେ ଚଢ଼ାଉ ନୟାଗଡ଼ ଜିଲ୍ଲାର ୪ଟି ଜେଲରେ ପୋଲିସର ଚଢ଼ାଉ । ନିଶା କାରବାର ନେଇ ଆଜି ଭୋରୁ ମୁଖ୍ୟ କାରାଗାର ସହ ୩ ଉପ – କାରାଗାର ରେ ରେଡ ହୋଇଛି । ତତ୍ ସହିତ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଚଢ଼ାଉରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଦଶପଲ୍ଲା ଉପ – କାରାଗାର ରୁ ମଧ୍ୟ ବହୁ ନିଶାଦ୍ରବ୍ୟ ଜବତ ହୋଇଛି । ଏଥିରେ ରହିଛି ଗୁଟଖା, ଖଇନି, ବିଡ଼ି ସହ ବ୍ଲେଡ । ତେବେ ବାହାରୁ ଉପ – କାରାଗାର ଭିତରକୁ କିପରି ଯାଉଥିଲା । ନିଶାଦ୍ରବ୍ୟ ଭଳି ଜିନିଷ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Exit mobile version