୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପଡିଆବାହାଲ ପଞ୍ଚାୟତ ସାନ ଭଡେନ ଗାଁ ନିକଟ ଗୋଚର ପାଖରୁ ଛଅ ଜଣକୁ ଖପ୍ରାଖୋଲ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିବା ପୋଲି ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣାଗଡ ଥାନା ପଣ୍ଡାମୁଣ୍ଡା ଗାଁ ର ଉମାକାନ୍ତ ଡିଲା (୨୪), ରଖି ମିର୍ଦ୍ଧା (୨୪), ଅଜୟ ମିର୍ଦ୍ଧା (୨୦), ସୁଜିତ ବରିହା(୨୩), ସୋମନାଥ ମଲ୍ଲିକ (୨୨) ଓ ଗୋପୀନାଥ ମିର୍ଦ୍ଧା (୨୨) ବୋଲି ପୋଲିସ ସୂଚନା ଦେଇଛି।ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ଶନିବାର ରାତି ରେ ପେଟ୍ରୋ ଲିଙ୍ଗ କଳା ବେଳେ ସାନ ଉଡେନ ଗାଁ ଖେଳପଡିଆ ନିକଟରେ କିଛି ମୋଟର ସାଇକେଲ ସହ ଯୁବକ ମାନେ ଥିବା ଦେଖି ଚଢାଉ କରିଥିଲେ।

