Home ଓଡ଼ିଶା ଅସହାୟବିଶ୍ୱରଂଜଙ୍କୁ ସହାୟତା କଲେ କୃଷକ ନେତା ପ୍ରକାଶ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅସରଳା ଦଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଆଣିଆ ଗ୍ରାମର ସ୍ବର୍ଗତ ରମେଶ ଚନ୍ଦ୍ର ପ୍ରଧାନଙ୍କ ପୁଅ ଅସହାୟ ବିଶ୍ଵ ରଞ୍ଜନ (୧୫ ବର୍ଷ) ଙ୍କର ଘର।ବିଶ୍ବରଂଜନର ବୟସ ଯେତେ ବେଳେ ୯ ବର୍ଷ ହୋଇଥିଲା ତା’ର ବାପା ସ୍ବର୍ଗତ ରମେଶ ଚନ୍ଦ୍ର ପ୍ରଧାନ ମୃତ୍ୟୁ ବରଣ କରିଥିଲେ! ଏବଂ ଆଉ ୬ ମାସ ପରେ ବିଶ୍ବରଂଜନର ବୋଉ ଅନ୍ୟ ଏକ ପୁଅ ସହ ଫେରାର ହୋଇଯାଇଥିଲେ। ବିଶ୍ବରଂଜନ ଏକା ହୋଇଯାଇଥିଲେ ଏହା ଦେଖି ଭାପୁର ବ୍ଲକ ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମର ବିଶ୍ଵର ଅଜା ଅନ୍ତର୍ଯ୍ୟାମୀ ବରାଡ ପିତୃମାତୃ ହରା ବିଶ୍ୱରଂଜନ ଅବସ୍ଥା ଦେଖି ତାଙ୍କ ଗାଁ କରଡାପଲ୍ଲୀଗ୍ରାମକୁ ନେଇଯାଇଥିଲେ। ବିଶ୍ୱରଂଜନ ସେଠାରେ ମାତ୍ର ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଅଜା ଅନ୍ତର୍ଯ୍ୟାମୀ ବରାଡ଼ ବର୍ତ୍ତମାନ ନିଜେ ଚଳିବା ଓ ନାତିକୁ ବୃଦ୍ଧ ବୟସରେ ଏତେ ବଡ ବୋଝ ବୋହିବା ଆଉ ସମ୍ଭବ ନୁହେଁ।ଏଇ ଖବର ଶୁଣିବା ମାତ୍ରେ ସଙ୍ଗେ ସଙ୍ଗେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ଡାଇରେକ୍ଟର ପ୍ରକାଶ ଚନ୍ଦ୍ର ରାଉତରାୟ ବିଶ୍ବରଂଜନ ପାଖରେ ପହଞ୍ଚି ସ୍ବଳ୍ପ ଆର୍ଥିକ ସହାୟତା ସହଯୋଗ କରିବା ସହ କିପରି ସରକାରୀ ସହାୟତା ମିଳିପାରିବ ସେ ନେଇ ତାଙ୍କ ଅଜାଙ୍କ ସହିତ ଆଲୋଚନା କରିଥିଲେ ଏବଂ ସମବାୟ ବ୍ୟାଙ୍କରୁ କିପରି ସରକାରୀ ସୁବିଧା ମିଳିପାରିବ ସେ ନେଇ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ବିଶ୍ଵରଞ୍ଜନର ରହିବା ପାଇଁ ଘର ଟିଏ ମଧ୍ୟ ନାହିଁ କି ଖାଇବା ପିଇବା ପାଇଁ କିଛି ବି ନାହିଁ। ସେ ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଛନ୍ତି। ନିହାତି ରାଜ୍ୟ ସରକାର ବିଶ୍ୱରଞ୍ଜନଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ପୁଆଣିଆ ଗ୍ରାମବାସୀମାନେ ଓ ସମାଜସେବୀ ତଥା କୃଷକ ନେତା ପ୍ରକାଶ ଚନ୍ଦ୍ର ରାଉତରାୟ ଅନୁରୋଧ କରିଛନ୍ତିି। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026