Home ଓଡ଼ିଶା ବିପଦ ସଙ୍କୁଳ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ଘର, ବାସହରା ହୋଇ ପଡୋଶୀଙ୍କ ଦୁଆରେ ନେଇଛନ୍ତି ଆଶ୍ରୟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବିଭିନ୍ନ ଯୋଜନା ପ୍ରଣୟନ କରି ସରକାର ଜନ ସାଧାରଣଙ୍କ ହିତରେ କାର୍ଯ୍ୟ କରୁଥିବା ବେଳେ ତାହାର ବ୍ୟତିକ୍ରମ ଘଟିଛି ବେଗୁନିଆ ବ୍ଲକ କଣ୍ଟାବାଡ ପଂଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ୮ ୱାର୍ଡର ସନାତନ ସେଠୀଙ୍କ ପରିବାର କ୍ଷେତ୍ରରେ । ସ୍ଥାନୀୟ ପଂଚାୟତ ଉନ୍ନୟନ ପରିଷଦର ସୂଚନା ଅନୁଯାୟୀ ମୁକୁନ୍ଦପୁର ଗ୍ରାମର ସନାତନ ସେଠୀଙ୍କ ପରିବାର ସଦସ୍ୟ କହିଲେ ପତ୍ନୀ ସରୋଜିନୀ,ବଡ଼ପୁଅ ଅଜୟ ଓ ପତ୍ନୀ ସହ ଦୁଇ ପୁଅ ଓ ଦିବ୍ୟାଙ୍ଗ ସାନ ପୁଅ ସଞ୍ଜୟ । ଶ୍ରୀ ସେଠୀଙ୍କ ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନ ଥିବାରୁ ୧୯୯୦ ମସିହାରେ ପ୍ରଶାସନ ପକ୍ଷରୁ କଳିଙ୍ଗ କୁଟୀର ଯୋଜନା ମାଧ୍ୟମରେ ପ୍ରଶାସନ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ରାଶି ମଞ୍ଜୁର ଅର୍ଥକୁ ବ୍ୟୟ ବରାଦରେ ପରିବାର ପାଇଁ ପକ୍କା ଗୃହଟିଏ ନିର୍ମାଣ କରିଥିଲେ । ଏହି ଗୃହ ନିର୍ମାଣର ୩୪ ବର୍ଷରେ ପଦାର୍ପଣ କରିଥିବା ବେଳେ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ନ ଥିବାରୁ ଅର୍ଥ ଅଭାବରୁ ଘର ଏବେ ବିପଦ ସଙ୍କୁଳ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ବଡ ପୁଅ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ପରିବାରକୁ ଚଳାଇ ଆସୁଥିବା ବେଳେ ଏବେ ଘରେ ସନା, ପତ୍ନୀ ସରୋଜିନୀ ଓ ଦିବ୍ୟାଙ୍ଗ ସଞ୍ଜୟ ବାସହରା ହୋଇ ସାନଭାଇ ମଧୁ ସେଠୀଙ୍କ ଘରେ ଆଶ୍ରୟ ନେଉଛନ୍ତି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି କହିଲେ ବଡ଼ପୁଅ ଅଜୟ ହୋଇଥିବାରୁ ବହୁ କଷ୍ଟରେ ଜୀବନ କାଳାତିପାତ କରିବାକୁ ପଡୁଛି । ବଡ ପୁଅର ଆର୍ଥିକ ଦୁଃଖକୁ ଲାଘବ କରିବା ପାଇଁ ବୟସ ଅଧିକ ସତ୍ବେ ମା ପରଘରେ କେତେବେଳେ କେମିତି ଯାଇ କାମ କରିଥିବାର ସ୍ଥାନୀୟ ଲୋକମାନେ ଜଣାଇଛନ୍ତି । ଏଥିପାଇଁ ପଂଚାୟତ ଉନ୍ନୟନ ପରିଷଦର ପରାମର୍ଶଦାତା ଦିଲୀପ କୁମାର ପାଣିଗ୍ରାହୀ, ରାଜ କିଶୋର ପାଣିଗ୍ରାହୀ, ସଭାପତି ଶିଶିର କୁମାର ଆଚାର୍ଯ୍ୟ, ସମ୍ପାଦକ ମାନସ ରଞ୍ଜନ ଦାଶ,କୋଷାଧ୍ୟକ୍ଷ କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାହିନୀପତି,ସଭ୍ୟ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ବେହେରା, ସମିତି ସଭ୍ୟ ସୁବାସ ମହାନ୍ତି, ସମାଜସେବୀ ବଂଶୀଧର ପାଣିଗ୍ରାହୀ, କାଳନ୍ଦୀ ଚରଣ ମହାପାତ୍ର ଓ ୱାର୍ଡସଭ୍ୟ ଶ୍ରୀବତ୍ସ ପାଣିଗ୍ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026