୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଇକୋସ (ଇଣ୍ଡିଆ) ମୋବିଲିଟି ଆଣ୍ଡ ହସ୍ପିଟାଲିଟିର ଇନିସିଆଲ ପବ୍ଲିକ ଅଫର (ଆଇପିଓ) ବିଡ ୨୦୨୪ ଅଗଷ୍ଟ ୨୮ ବୁଧବାର ଦିନ ଖୋଲିବ । ଏହି ଅଫରରେ ୧୮,୦୦୦,୦୦୦ ଇକ୍ୱିଟି ସେୟାରକୁ ଅଫର ଫର ସେଲରେ ବିକ୍ରି କରାଯିବ । ଆଙ୍କର ନିବେଶକମାନେ ୨୦୨୪ ଅଗଷ୍ଟ ୨୭ରେ ବିଡ ଦାଖଲ କରିପାରିବେ । ଏହି ଇସ୍ୟୁର ଅଫର ୨୦୨୪ ଅଗଷ୍ଟ ୩୦,ଶୁକ୍ରବାର ବନ୍ଦ ହେବ । ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୩୧୮ ଟଙ୍କାରୁ ୩୩୪ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି ।

