୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଏମ ଇଂଟରନ୍ୟାସନାଲ ଏଜୁକେସନ ଗ୍ରୁପ ପକ୍ଷରୁ ଲିପ (ଲର୍ଣ୍ଣ-ଏନଗେଜ-ଆସ୍ପାୟାର-ପ୍ରସ୍ପର) ସିରିଜ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଗ୍ରୁପର ପଟିଆ ସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ଓ ଓଡିଏମ ଗ୍ଲୋବାଲ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଓଡିଏମ୍ ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ଲିପ ସିରିଜ କାର୍ଯ୍ୟକ୍ରମରେ ଅତିଥି ଭାବେ ଏନସିସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ସାଗର କୁମାର ମହାନ୍ତି, କୃପାଜଳ ଇଂଜିନିୟରିଂ କଲେଜର ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ରାଜେଶ କୁମାର ବେହେରା, ଏମ୍ସ ହସ୍ପିଟାଲ୍ ଭୁବନେଶ୍ୱରର ଆସିଷ୍ଟାଂଟ ପ୍ରଫେସର ଏଣ୍ଡୋକ୍ରିନୋଲୋଜି ଡ. କିଶୋର କୁମାର ବେହେରା, ଆଇଏମଏମଟି ଅଧ୍ୟକ୍ଷ ବୈଜ୍ଞାନିକ ଉମାକାନ୍ତ ସୁବୁଦ୍ଧି ଓ ଯୁବ ଉଦ୍ୟୋଗୀ ପ୍ରଫେସର ସୌମ୍ୟ ରଂଜନ ମିଶ୍ର ଯୋଗ ଦେଇଥିଲେ । ସେମାନେ ନିଜର ଅମୂଲ୍ୟ ଜ୍ଞାନ ଓ ଜୀବନ ଯାତ୍ରା ଅନୁଭବର ଉପସ୍ଥାପନ କରିଥିଲେ ।

