Home ଓଡ଼ିଶା ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ହେଲେ ଦକ୍ଷ ବିଜେପି ସଂଗଠକ ସନନ୍ଦ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> କଥାରେ ଅଛି ଦଳ ପ୍ରତି ତ୍ୟାଗ, ଦୃଢ ସଂଗଠନ , ସଚ୍ଚୋଟ ବ୍ୟକ୍ତିତ୍ଵ ର ଅଧିକାରୀ ହୋଇଥିବା ବ୍ୟକ୍ତି ଙ୍କୁ କେବେ ବିଜେପି ନିରାଶ କରେ ନାହିଁ ।ଯାହାକି ଆଜି ଦେଖିବାକୁ ମିଳିଛି।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବିଜେପି ର ଦୃଢ ସଂଗଠକ ସନନ୍ଦ ବେହେରା ଯିଏକି ଅହରହ ପରିଶ୍ରମ କରି ନୂଆଗାଁ ବ୍ଲକ୍ ରେ ଦଳକୁ ମଜଭୁତ କରିଛନ୍ତି।ଯାହା ଫଳରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ,ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ଭାବେ ସନନ୍ଦ ଙ୍କୁ ଦାୟିତ୍ଵ ଦେଇଛନ୍ତି। ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ସନନ୍ଦ ବେହେରା ହେବା ପରେ ମୋ ଉପରେ ଭରଷା ଓ ବିଶ୍ୱାସ ରଖି ମୋତେ ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି କରିଥିବାରୁ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କୁ ଅଶେଷ ଧନ୍ୟବାଦ୍ ଦେଇଛନ୍ତି।ତତ୍ ସହିତ ଲୋକମାନେ କିପରି ସମସ୍ତ ସୁବିଧା, ସୁଯୋଗ ପାଇବେ ,ଦଳ ଅଧିକ ମଝଭୂତ ହେବ ଏବଂ ନୂଆଗାଁ ବ୍ଲକ୍ ଅଧିକ ବିକାଶ ହେବ ସେ ଉପରେ କାର୍ଯ୍ୟ କରିବେ ବୋଲି ନୂଆଗାଁ ବ୍ଲକ୍ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ସନନ୍ଦ ବେହେରା କହିଛନ୍ତି। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026