ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖିଲାର ଙ୍କ ଦ୍ଵାଦଶ ଶ୍ରାଦ୍ଧ ଦିବସ ପାଳିତ

ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ  :-> ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଖାଲ ମଡା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖିଲାର ଙ୍କ ଦ୍ଵାଦଶ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମ ଲୋଚନ ପରିଡ଼ା,

ସମ୍ମାନୀତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ, ପ୍ରଧାନଶିକ୍ଷକ ଙ୍କ ସୁପୁତ୍ର ତଥା ଶିକ୍ଷକ ଶ୍ରୀଧର ବେହେରା, ଶିକ୍ଷକ ସୋମନାଥ ପରିଡ଼ା, ସୁଦାମ ମଲ୍ଲିକ, ସୁଧିରଞ୍ଜନ ପରିଡ଼ା,ଶରତ କୁମାର ସାହୁ, ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ନାୟକ,

ଗ୍ରାମ ର ବରିଷ୍ଠ ବ୍ୟକ୍ତି ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଯୋଗଦେଇ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ । ତତ୍ ସହିତ ଦୀର୍ଘବର୍ଷ ଧରି ବିଦ୍ୟାଳୟ ପ୍ରତି ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖିଲାର ଙ୍କ ତ୍ୟାଗ, ନିଷ୍ଠା,ଏବଂ ସେ କିପରି ଛାତ୍ର ବଶ୍ଚଳ, ଦାୟିତ୍ବବାନ,

କର୍ତ୍ତବ୍ୟ ନିଷ୍ଠ ପ୍ରଧାନ ଶିକ୍ଷକ ଥିଲେ ସେ ଉପରେ ବକ୍ତବ୍ୟ ରଖିଥିଲେ । ଶ୍ରାଦ୍ଧ ଦିବସରେ ବିଦ୍ୟାଳୟରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ଶ୍ରାଦ୍ଧ ଦିବସରେ ଛାତ୍ର ଛାତ୍ରୀଙ୍କ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା । ପ୍ରତିବର୍ଷ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କ ଶ୍ରାଦ୍ଧ ଦିବସ ତାଙ୍କ ସୁପୁତ୍ର ଶିକ୍ଷକ ଶ୍ରୀଧର ବେହେରା ଙ୍କ ଦ୍ଵାରା ଆୟୋଜନ କରାଯାଉଅଛି ।

Exit mobile version