Home ଓଡ଼ିଶା ୨୬ବର୍ଷ ଧରି ଗାଦିମାଡି ବସିଛନ୍ତି କର୍ମଚାରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବଦଳି ହେଲେ ବି ନୂଆ ଯାଗାକୁ ଯାଉ ନାହାନ୍ତ ୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟ ସରକାରଙ୍କ ଅଧୀନରେ ଗୋଟିଏ ସିଟ୍ ବା ଗୋଟିଏ ଦାୟିତ୍ୱରେ ୩ ବର୍ଷରୁ ଅଧିକ ଦିନ ଧରି ଅଧିକାରୀ ବା କର୍ମଚାରୀ ବସି ପାରିବେ ନାହିଁ, ସେମାନଙ୍କର ସ୍ଥାନାନ୍ତର ହେବ । ବହୁ ପୂର୍ବରୁ ଏଭଳି ନିୟମ ରହିଛି । ହେଲେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଭୁବନେଶ୍ୱର ରାସ୍ତା ଓ କୋଠାବାଡ଼ି ବିଭାଜନରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହେବ ଗାଦି ମାଡ଼ି ବସିଥିବା କର୍ମଚାରୀଙ୍କର ବଦଳି ହେଲେ ମଧ୍ୟ ଗାଦି ଛାଡୁ ନାହାନ୍ତି । ଗାଦିମଡ଼ା କର୍ମଚାରୀ ସରକାରୀ ଆଦେଶ ମାନୁନଥିବାରୁ ଇଞ୍ଜିନିୟର-ଇନ୍-ଚିଫ୍ (ସିଭିଲ୍) ପିସି ମହାପାତ୍ର କେନ୍ଦ୍ରୀୟ (ରାସ୍ତା ଓ କୋଠାବାଡ଼ି) ସର୍କଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଚିଠି ଲେଖି ତାଗିଦ କରିବା ପରେ ତନାଘନା ହୋଇଛି । ତନାଘନା ବେଳେ ବିଚିତ୍ର ତଥ୍ୟ ପଦାକୁ ଆସିଛି । ଜଣେ ବରିଷ୍ଠ ସହାୟକ କେନ୍ଦ୍ରୀୟ (ଆର ଆଣ୍ଡ ବି) ସର୍କଲ ମୁଖ୍ୟଙ୍କ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ କ୍ୟାସିୟର ଭାବରେ ୨୬ ବର୍ଷ ହେଲା ରହିଥିବା ବେଳେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଡିଭିଜନ-୧ର ଏଷ୍ଟାବ୍ଲିସ୍ମେଣ୍ଟ ଉପବିଭାଗ ଡିଲ୍ କରୁଛନ୍ତି । ବର୍ଷ ବର୍ଷ ଧରି ଏଭଳି କାରବାର ଚାଲିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଏମାନଙ୍କୁ ବଦଳି ବା ଦାୟିତ୍ୱରୁ ଅନ୍ତର କରିବାକୁ ଡରୁଛନ୍ତି । ଏହା ପଦାକୁ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଆଇସି କେନ୍ଦ୍ରୀୟ ସର୍କଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ଲେଖାକୁ ୭ ଦିନ ବିତିଥିଲେ ମଧ୍ୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଠିକାଦାର ହାତଗୁଞ୍ଜା ନ ଦେଲେ ବିଲ୍ ଫାଇଲ୍ ଘୁଞ୍ଚେନି । ଯିଏ ଦେଲାତା’ର ବିଲ୍ ତୁରନ୍ତ ପ୍ରଦାନ ହେବ, ଦିନେ ବି ଫାଇଲ୍ ରହିବନି । ଏମିତିକି ରାତିରେ ଅଧିକାରୀ ଅଫିସ ଆସି ବିଲ୍ ଦସ୍ତଖତ କରିବେ ନ ହେଲେ ସରକାରୀ ଫାଇଲ୍ ସବୁ ଅଧଇକାରୀଙ୍କ କ୍ୱାର୍ଟର୍ସକୁ ଯିବ । ଭୁବନେଶ୍ୱର ଆର ଆଣ୍ଡ ବି ବିଭିନ୍ନ ଡିଭିଜନ୍ ବିରୋଧରେ ଏଭଳି ଅଭିଯୋଗ ବାରମ୍ବାର ଆସିବା ପରେ ପୂର୍ତ୍ତ ବିଭାଗ ଗତ ୨୦୨୨ ମସିହାରେ ଇଆଇସି (ସିଭିଲ୍)ଙ୍କୁ ତାଗିଦ କରିଥିଲା । ୩ ବର୍ଷରୁ ଯେଉଁ କର୍ମଚାରୀ ଗାଦି ମାଡ଼ି ବସିଛନ୍ତି, ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ବଦଳି କର । କିନ୍ତୁ ୨ ବର୍ଷ ଧରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଗତ ମାସରେ କେନ୍ଦ୍ରୀୟ (ଆର ଆଣ୍ଡ ବି) ସର୍କଲ ମୁଖ୍ୟ ୧୫ ଜଣ କର୍ମଚାରୀଙ୍କୁ ବଦଳି କରିଥିଲେ । ସେଥିରୁ ୪ ଜଣ ନୂଆ ଜାଗାକୁ ଗଲେ, ୧୧ ଜଣ ବଦଳି ଆଦେଶ ମାନୁନାହାନ୍ତି । ଇଆଇସିଙ୍କ ଚିଠିରେ ଥିବା ତଥ୍ୟ ମୁତାବକ, ୨୬ ବର୍ଷ ଧରି ଗୋଟିଏ ପଦରେ ରହିଥିବା ବରିଷ୍ଠ ସହାୟକ ହେଉଛନ୍ତି ରବି ରଞ୍ଜନ ପ୍ରଧାନ । ସେ ଏବେ ଆର ଆଣ୍ଡ ବି ଡିଭିଜନ୍-୧ରେ କ୍ୟାସିୟର ଅଛନ୍ତି । ୨୬ ବର୍ଷ ହେବ ତାଙ୍କୁ କୁଆଡ଼େ ବଦଳି କରାଯାଇ ନାହିଁ ବରଂ ମୁଖ୍ୟ ନିର୍ମାଣଯନ୍ତ୍ରୀ (କେନ୍ଦ୍ରୀୟ ସର୍କଲ)ଙ୍କ ନିୟନ୍ତ୍ରଣରେ ଥିବା ବିଭିନ୍ନ ସବ୍ଡିଭିଜନ୍ରେ କ୍ୟାସିୟର ପଦରେ ହିଁ ରହି ଆସିଛନ୍ତି । ବଡ଼କଥା ହେଉଛି ତାଙ୍କ ପାହ୍ୟା ବରିଷ୍ଠ ସହାୟକ ହୋଇଥିବା ବେଳେ ବିଭିନ୍ନ ସବ୍?ଡିଭିନ୍..? ରେ କ୍ୟାସିୟର ପଦ ହେଉଛି କନିଷ୍ଠ ସହାୟକ ପାହ୍ୟା । କିନ୍ତୁ ସେ ଏହି ତଳ ପାହ୍ୟାରେ ବି କାମ କରିଛନ୍ତି । କେଉଁ ପରିସ୍ଥିତିରେ ଜଣେ ବରିଷ୍ଠ ସହାୟକଙ୍କୁ ଉଚ୍ଚପଦସ୍ଥ ଅଧିକାରୀ ତଳ ପାହ୍ୟା ଦାୟିତ୍ୱ ଦେଉଥିଲେ ତଳ ପାହ୍ୟାରେ ତାହା ପୁଣି ବିନା ଦ୍ୱିଧାରେ କାମ କରିବାକୁ କି ପ୍ରକାର ଲୋଭରେ ସେ ରାଜି ହେଉଥିଲେ ଗତ ମାସରେ ମୁଖ୍ୟ ନିର୍ମାଣଯନ୍ତ୍ରୀ ୧୫ ଜଣଙ୍କୁ ବଦଳି କରିଥିବା ବେଳେ ଏହି ୨୬ ବର୍ଷ ଧରି ଗାଦି ମାଡ଼ି ବସିଥିବା କର୍ମଚାରୀଙ୍କୁ କାହିଁକି ବଦଳି କରୁନଥିଲେ ବା ନିର୍ଦ୍ଦିଷ୍ଟ ପଦରୁ ହଟାଉ ନଥିଲେ? ଏଭଳି ଅନେକ ପ୍ରଶ୍ନ ଏବେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବିବାଦକୁ ଟାଣିଛି । ଅନ୍ୟପଟେ ଏହି ପଦରେ କଣ ଏମିତି ଅଛି ଯେ, ସମ୍ପୃକ୍ତ କର୍ମଚାରୀ ୨୬ ବର୍ଷ ହେଲା ଚଉକି ଛାଡ଼ୁ ନାହାନ୍ତି ସେ ନେଇ ପ୍ରଶ୍ନ ଉଠିଛି । ଏ ନେଇ ନା ଉଚ୍ଚପଦସ୍ଥ ଅଧିକାରୀ ନା ତଳିଆ କର୍ମଚାରୀ, କେହି ମୁହଁ ଖୋଲିବାକୁ ଚାହିନାହାନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ଇଣ୍ଡିଆ ମେଣ୍ଟ ର "୮ ଅକ୍ଟୋବର ଓଡ଼ିଶା ବନ୍ଦ କୁ ରଣପୁର ଓ ସୁନାଖଳା ଠାରେ ବିପୁଳ ସମର୍ଥନ by Proprietor Abhimanyu Maharana October 8, 2026 Farewell Felicitation Held for Sr. Divisional Commercial Manager, Anil Kumar S, IRTS at Khurda Road Division by Proprietor Abhimanyu Maharana October 8, 2026 ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଏମରଜେନ୍ସି ବେଡ଼ ଅପରିଷ୍କାର ଅବସ୍ଥା by Proprietor Abhimanyu Maharana October 8, 2026 ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ by Proprietor Abhimanyu Maharana October 8, 2026