୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ଏକ ସପ୍ତାହ ହେବ ଝାଡାବାନ୍ତି ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହା ବ୍ୟାପକ ରୂପ ନେଉଛି ଯାହା ଫଳରେ ଅଞ୍ଚଳ ରେ ଆତଙ୍କ ଦେଖାଦେଇଥିବା ଜଣାପଡିଛି । ବର୍ତ୍ତମାନ ଦୁଇ ତିନି ଦିନ ମଧ୍ୟରେ ବରଗାଁ ର ମୁଶ୍ରୀ ମାଝି (୫୨), ଟାପଡି ମାଝି ର ସ୍ତ୍ରୀ (୫୦) ଓ ନଲକୁଟି ଗ୍ରାମର ଅମିତ ମାଝି (୩୫) , ଅମିତ ମାଝି ର ମାବିଙ୍ଗିଟି ମାଝି (୫୦) ଏପରି ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ବର ଗାଁ, ନାଲକୁଟି, ପୁଡେଣି ଗାଁ, କୁନାବାଡା ରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି ଗାଁ ରେ ଡାକ୍ତର ଟିମ ପହଞ୍ଚି ନଥିବା ଜଣାପଡିଛି ।
