Home ଓଡ଼ିଶା ବଜ୍ରପାତ, ଶିଶୁ ସୁରକ୍ଷା, ଓ ସମାଜ ମଙ୍ଗଳ ଜନିତ ସଚେତନତା ବାର୍ତ୍ତା ଦେବେ ଜିଲ୍ଲାର ଲୋକ କଳାକାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଆପତକାଳୀନ ବିପତ୍ତିରୁ ରକ୍ଷା ପାଇବାପାଇଁ ପାଲା ଓ ଦାସକାଠିଆ ମାଧ୍ୟମରେ ଜନତାଙ୍କୁ କରାଯିବ ସଚେତନ ୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବଜ୍ରପାତ, ସାପ କାମୁଡା, ଶିଶୁ ଶ୍ରମିକ ଏବଂ ସୁରକ୍ଷା ଭଳି ସମାଜ ପାଇଁ ବିଭିନ୍ନ ଆବଶ୍ୟକୀୟ ସଚେତନ ଧର୍ମୀ ତଥ୍ୟକୁ ଜିଲ୍ଲାର ପ୍ରତି ଘରେ ଘରେ ଜନାଦୃତ କରିବା ପାଇଁ ମୟୂରଭଞ୍ଜ ପ୍ରଶାସନ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଲୋକକଳା ଭିତ୍ତିକ କାର୍ଯ୍ୟକ୍ରମ। ଜିଲ୍ଲା ସଂସ୍କୃତି ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଜରୁରୀକାଳୀନ ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମାନଙ୍କ ମିଳିତ ଆନୁକୂଲ୍ୟରେ ଲୋକକଳା ମାଧ୍ୟମରେ ସମଗ୍ର ଜିଲ୍ଲାରେ ହେବ ବିଭିନ୍ନ ଜରୁରୀକାଳୀନ ଏବଂ ସମାଜ ମଙ୍ଗଳ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ମାନ। ଏହି ପରିପ୍ରେକ୍ଷୀରେ, ଶୁକ୍ରବାର ଦିନ ବାରିପଦା ସ୍ଥିତ ସଂସ୍କୃତି ଭବନ ଠାରେ ଜିଲ୍ଲାର ସମସ୍ତ ବ୍ଲକ ର କଳାକାର ସଂଘର ଉପସଭାପତି ମାନଙ୍କୁ ନେଇ ଏକ ଦିବାସୀୟ କଳାକାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ନିର୍ବାହକ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମାତାମୟୀ ବିଶ୍ୱାଳ ଯୋଗ ଦେଇ କେଉଁ କେଉଁ ସଚେତନତା ଧର୍ମୀ ତଥ୍ୟ ଜନସାଧାରଣଙ୍କ ନିକଟରେ ପାଲା, ଦାସକାଠିଆ, ଦଣ୍ଡନାଚ, ଝୁମର ନୃତ୍ୟ, ପରକାଳୀ ନୃତ୍ୟ ଓ କୀର୍ତ୍ତନ ଭଳି ଲୋକକଳା ମାଧ୍ୟମରେ ପରିବେଷଣ କରିବେ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ସମସ୍ତ କଳାକାରଙ୍କୁ ଲୋକକଳା ପରିବେଷଣ କଲାବେଳେ ସ୍ଥାନୀୟ ଭାଷା ଓ ସେଠାକାର ଜନସାଧାରଣ ମାନଙ୍କ ଜୀବନ ଜୀବିକାକୁ ବ୍ୟବହାର କରି ଉପାଦେୟ ମାଧ୍ୟମରେ ସୂଚିତ କରିବେ ବୋଲି କହିଥିଲେ। ବିଶେଷକରି, ସମ୍ପ୍ରତି ବଜ୍ରପାତ ଜନିତ ମୃତ୍ୟୁ ଏବଂ ତତଜନିତ ସଚେତନତା ପାଇଁ କଣ କଣ ପଦକ୍ଷେପ ପ୍ରଶାସନ ନେଉଛି ସେ ବିଷୟରେ କିଭଳି ଲୋକ ମାନଙ୍କୁ ବୁଝା ଯିବା ଆବଶ୍ୟକ, ଏହାର ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ କିଭଳି ସମ୍ପନ୍ନ କରାଯିବ ସେଥିପାଇଁ ସମସ୍ତ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ଦାୟିତ୍ୱବହନ କରିଛନ୍ତି। Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026