Home ଓଡ଼ିଶା ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ପ୍ରଗତି ନିମିତ୍ତ ଆଲୋଚନା ଚକ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବୋଲଗଡ଼ ବ୍ଲକ ନୂଆସାହି ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱରଂଜନ ସେଠୀଙ୍କ ଆବାହକତ୍ୱରେ ୯ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ,ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ, ବୋଲଗଡ଼ର ସମ୍ମିଳନୀ କକ୍ଷରେ ଶନିବାର ଦିନ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୋଲଗଡ଼ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ବାଇଁ ମୁଖ୍ୟ ଅତିଥି, ବୋଲଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ସାହୁ,ସଂପୁର ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ, ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ଲେଙ୍କା ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଅତିରିକ୍ତ ଶ୍ରେଣୀର ଆୟୋଜନ କରି ଛାତ୍ରଛାତ୍ରୀଙ୍କୁ ନବୋଦୟ, ଆଦର୍ଶ, ଜାତୀୟ ଆୟଭିତିକ ମେଧାବୃତ୍ତି ପରୀକ୍ଷା (NMMS) ପାଇଁ ପ୍ରସ୍ତୁତ କରାଇବା ଏବଂ ସଠିକ ଭାବେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଅକ୍ଷର ଲେଖିପାରୁନଥିବା ବିଦ୍ୟାର୍ଥୀଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଅତିଥିବୃନ୍ଦ ପରାମର୍ଶ ପ୍ରଦାନ କରିଥିଲେ । ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ ଶିକ୍ଷାଦାନ ବେଳେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିବା,ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମିଳିଥିବା ୨0ଟି ଏଫ.ଏଲ. ଏନ ପୁସ୍ତକ ଓ ୧୯ଟି ଗଣିତ କଳିକା ଆନ୍ଦୋଳନ ପୁସ୍ତିକାର ସଦୁପଯାଗ କରିବା, ଅକ୍ଷରା ଫାଉଣ୍ଡେସନ ଦ୍ୱାରା ପ୍ରସ୍ତୁତ ମାଗଣା ଖେଳ ଭିତ୍ତିକ ଗଣିତ ଆପ ମୋବାଇଲରେ ଦେଖିବାକୁ ପିଲାଙ୍କୁ ଶିଖାଇବାକୁ ଅନୁରୋଧ କରିଥିଲେ । ଏଠାରେ ଉପସ୍ଥିତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସେଠୀ, ଶେଖ ଉମର ଫାରୁକ, ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁବାଳା ବଳିୟାରସିଂହ, ଶିକ୍ଷକ ରବୀନ୍ଦ୍ର କୁମାର ରାଉତରାୟ, ଶରତ କୁମାର ପୃଷ୍ଟି, ଭାସ୍କର ଚନ୍ଦ୍ର ଦାଶ, ଶିକ୍ଷୟିତ୍ରୀ ମୀରାମଞ୍ଜରୀ ଦାଶ, ଇନ୍ଦୁମତୀ ଚୌଧୁରୀ, ସୌଦାମିନୀ ସୁବୁଦ୍ଧି, କନକଲତା ଦେଇ ଓ ସୁଲୋଚନା ସେଠ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଜାତୀୟ ଉପଲବ୍ଧି ସର୍ବେକ୍ଷଣ (NAS)ପାଇଁ ପ୍ରଶ୍ନ ପତ୍ର ତିଆରି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ମତ ବ୍ୟକ୍ତ କରିଥିଲେ । ପରିଶେଷରେ ଶିକ୍ଷକ ଗୌର ଚନ୍ଦ୍ର ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026