Home ଓଡ଼ିଶା ସିଂହଦ୍ଵାର ସମ୍ମୁଖରେ କ୍ଯାମେରା ସାଲୁବାଲୁ ଭକ୍ତ କଲବଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗାଇ ମାତୁ ମାତୁ ଗୋଠ ମାତିଲା ପରି ଏବେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ କ୍ଯାମେରା ସାଲୁବାଲୁ ହୋଇଥିବା ଅଭିଯୋଗ ହୋଇଛି । ଏହା ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଗୋଚର ହୋଇଛି । ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ବୈଠକ କରାଯିବ । ବିଶେଷକରି ସକାଳ ମଙ୍ଗଳଆଳତି ଓ ଅପରାହ୍ନରେ ନୀଳଚକ୍ର ଧ୍ଵଜା ବନ୍ଧା ସମୟରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି । ଶ୍ରୀମନ୍ଦିର ସେବକ ଶୁଦ୍ଧ ପୂତ ଭାବେ ସ୍ନାନ କରି ଖାଲି ପାଦରେ ସିଂହଦ୍ଵାରକୁ ଯିବା ବେଳେ ଭକ୍ତ ଗହଳି ଓ କ୍ଯାମେରା ଯୋଗୁ ବିଳମ୍ବ ହେଉଛି । ଅର୍ଥ ରୋଜଗାର ପାଇଁ ଘରୋଇ ଚ୍ୟାନେଲ ମାନେ ମହାପ୍ରଭୁଙ୍କୁ ନେଇ ବ୍ଯବସାୟ କଲେଣି ବୋଲି ଅଭିଯୋଗ ହେଉଛି । ଦୈନଦିନ ନୀତିକାନ୍ତି ଦ୍ବାର ଫିଟା, ପତିତପାବନଙ୍କ ଆଳତି ସମୟରେ ସିଧା ପ୍ରସାରଣ କରାଯାଉ ଥିବାରୁ ଭକ୍ତ ମଧ୍ଯରେ ପୁରୀ ଭାଷାରେ ଗାଳି ଗୁଲଜ ଶଦ୍ଦ ଭକ୍ତଙ୍କ କାନରେ ବାଜୁଛି । ଅଯଥା ଭିଡ ଓ ବିଶୃଙ୍ଖଳା ଯୋଗୁ ସହରବାସୀ ଓ ଅନ୍ଯ ଭକ୍ତ ମାନେ ପତିତପାବନ ଦର୍ଶନରୁ ବଞ୍ଚିତ ହେଉଛନ୍ତି । କେତେକ ଟିଭି ଚ୍ୟାନେଲରେ ନିର୍ଦ୍ଧିଷ୍ଟ ଭକ୍ତ ଭୁବନେଶ୍ବର ଓ କଟକରୁ ଆସି ସେମାନଙ୍କ ଅନୁଭୂତି ବଖାଣିବାରେ ଫିକ୍ସିଙ୍ଗ ହୋଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ଚ୍ୟାନେଲରୁ ବଢି ବଢି ୧୫ରୁ ଉର୍ଦ୍ଧ୍ବ ଚ୍ୟାନେଲ ଏବେ ଅନଧିକାର ଭାବେ ସିଂହଦ୍ଵାର ଯାଗା ମାଡିବସି ଭିଡିଓ ସୁଟିଂ କରୁଛନ୍ତି । କେତେକ ନାମୀଦାମୀ ଓ ଭିଆଇପି ଭକ୍ତ ଦର୍ଶନ ସାରି ଫେରିବା ସମୟରେ ମୋବାଇଲ ନେଇ ନଥିବାରୁ ଭିଡିଓ ଗ୍ରାରଫରଙ୍କ ଜରିଆରେ ସେମାନଙ୍କ ମୋବାଇଲରେ ଫଟୋଚିତ୍ର ଉତୋଳନ କରି ସେମାନଙ୍କ ହ୍ବାଟସପକୁ ପଠାଇ କିଛି ହାତଗୁଞ୍ଜା ପାଉଥିବା ଆଲୋଚନା ହେଉଛି । ପ୍ରକୃତ ଓ ସାଧାରଣ ଭକ୍ତ ଅନୁଭୂତି ବଖାଣିବାକୁ ଚାହୁଁଥିବା ବେଳେ ସେମାନଙ୍କୁ ମନା କରାଯାଉଥିବା କୁହାଯାଉଛି । ଜଣେ ଭକ୍ତ ଗୋଟିଏ ଚ୍ୟାନେଲକୁ ଅନୁଭୂତି ଦେଲେ ଅନ୍ୟ ଚ୍ୟାନେଲ କ୍ଯାମେରା ମ୍ଯାନ ସେଇ ଭକ୍ତଙ୍କ ଅନୁଭୂତି ନବା ପାଇଁ ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହେଉଛି । ଜଗନ୍ନାଥଙ୍କ ତତ୍ତ୍ଵ ସଂସ୍କୃତି ଓ ତଥ୍ଯ ଉପରେ ଅଧିକ ଜ୍ଞାନ ନଥିବା କିଛି ନୂଆ ପ୍ରବଚକ ଜଗନ୍ନାଥଙ୍କ ଉପରେ ତ୍ରୁଟିପୂର୍ଣ୍ଣ ତଥ୍ଯ ଉପସ୍ଥାପନ କରୁଥିବାରୁ ତାହା ଭକ୍ତଙ୍କ ମାନସିକତାକୁ କୁଠାରଘାତ କରୁଛି । ପର୍ବ ପର୍ବାଣୀ ଶନିବାର ରବିବାର ଓ ଛୁଟି ଦିନରେ ଅଧିକ ଭକ୍ତ ଆସୁଥିବାରୁ ସିଂହଦ୍ଵାର ଚକଡାରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଫିକ୍ସି କ୍ଯାମେରା ଷ୍ଟାଣ୍ଡ ପକାଇ ଥିବାରୁ ଭକ୍ତ ଯିବା ସମୟରେ ଭିଡିଓ ଗ୍ରାଫର ସାଇଡ ହେଉନାହାନ୍ତି । ବିଭିନ୍ନ ଚ୍ୟାନେଲର ଭିଡିଓ ଗ୍ରାଫର ମାନେ ପ୍ରତିଯୋଗିତା ମୂଳକ ମାନସିକତା ଯୋଗୁ ଅନେକ ସମୟରେ ପାଟିତୁଣ୍ଡ ଓ କଥା କଟାକଟି ଯୋଗୁ ଭକ୍ତ ଅସନ୍ତୋଷ ବୃଦ୍ଧି ପାଉଛି । ଏଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଭକ୍ତ ମହଲରେ ଦାବି ହେଉଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026 ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ by Proprietor Abhimanyu Maharana August 10, 2026 ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026