ଆସିଲା ‘ସୁଭଦ୍ରା’ ଯୋଜନାର SOP, ଏକ କୋଟି ମହିଳା ହେବେ ଉପକୃତ

୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ସୁଭଦ୍ରା ଯୋଜନାର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନାର ନିୟମାବଳୀକୁ କ୍ୟାବିନେଟ୍ର ଅନୁମୋଦନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସ ମଧ୍ୟର ମହିଳାଙ୍କୁ ମିଳିବ ଟଙ୍କା । ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଏକ କୋଟିରୁ ଅଧିକ ମହିଳା ଏହା ଦ୍ୱାରା ଲାଭବାନ ହେବେ । ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଇସ୍ତହାରରେ ବିଜେପି କ୍ଷମତାକୁ ଆସିଲେ ମହିଳାଙ୍କୁ ସୁଭଦ୍ରା ଯୋଜନା ମାଧ୍ୟମରେ ୫୦ ହଜାର ଟଙ୍କାର ସହାୟତା ଦେବା ପାଇଁ ଘୋଷଣା କରିଥିଲା ।

ଏମାନେ ପାଇବେନି ସୁଭଦ୍ରା ଟଙ୍କା

ବର୍ତ୍ତମାନ ଏହି ଯୋଜନାର ଏସଓପି ଜାରି କରାଯାଇଛି । ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଆଉଣ୍ଟକୁ ଯିବ ୫ ହଜାର ଲେଖାଏଁ ଟଙ୍କା । ୫ ବର୍ଷରେ ମହିଳାମାନଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ସୁଭଦ୍ରା ଡିବିଟି କାର୍ଡରେ ଯିବ ଟଙ୍କା । ଏଥିପାଇଁ କଲ୍ ସେଣ୍ଟର ଖୋଲା ଯିବ । ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ରରେ ଆବେଦନ କରି ପାରିବେ ହିତାଧିକାରୀ ।

ସୁଭଦ୍ରା ବର୍ଷକୁ ମିଳିବ ୧୦ ହଜାର

  1. ସୁଭଦ୍ରା ଯୋଜନାକୁ କ୍ୟାବିନେଟରେ ମୋହର

  2. ସୁଭଦ୍ରା ଯୋଜନା ପାଇଁ ଆସିଲା ଏସଓପି

  3. ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  4.  ୨୧ ବର୍ଷରୁ ଅଧିକ ୬୦ ବର୍ଷରୁ କମ ମହିଳା ପାଇବେ ସୁବିଧା

  5.  ରାଜ୍ୟର ୧ କୋଟିରୁ ଅଧିକ ମହିଳା ହେବେ ଉପକୃତ

  6. ମହିଳାଙ୍କୁ ସୁଭଦ୍ରା ଡେବିଟ କାର୍ଡ ପ୍ରଦାନ କରାଯିବ

  7. ପ୍ରତିବର୍ଷ ସୁଭଦ୍ରା ଯୋଜନାରେ ମିଳିବ ଟଙ୍କା

  8. ଦୁଇଟି କିସ୍ତିରେ ଟଙ୍କା ପ୍ରଦାନ କରିବେ ସରକାର

  9. ଦୁଇ ଥରରେ ୧୦ ହଜାର ଟଙ୍କା ମହିଳାଙ୍କୁ ମିଳିବ

  10. ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ

ସୁଭଦ୍ରା ଡେବିଟି କାର୍ଡ ରେ ଯିବ ଟଙ୍କା । କଲ ସେଣ୍ଟର ଖୋଲା ଯିବ । ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ର ରେ ଆବେଦନ କରି ପାରିବେ ମହିଳା ମାନେ । ଶୁଭଦ୍ରା ଯୋଜନା ର ଡେବିଟ କାର୍ଡ କୁ ଯେଉଁ ହିତାଧିକାରୀ ଅଧିକ ଡ଼ିଜିଟାଲ ମାଧ୍ୟମରେ ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ପ୍ରତି ପଂଚାୟତ ର ୧୦୦ ଜଣ ଏଭଳି ହିତାଧିକାରୀ ଙ୍କୁ ପୁରସ୍କାର ଦିଆଯିବ l

Exit mobile version