Home ଓଡ଼ିଶା ହୋଟେଲ ଦ ନ୍ୟୁ ମାରିୟନ୍ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଲ୍କ ଇଣ୍ଡିଆ-ୱେଡିଙ୍ଗ୍ କଲେକ୍ସନ୍’ ଥିମ୍ ସହିତ ପାର୍ବଣ ଋତୁର ଚାହିଦାକୁ ପୂରଣ କରିବା ପାଇଁ ନିଜର ଏଥ୍ନିକ୍ ୱେଭସ୍, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ଏହି ପ୍ରଦର୍ଶନୀ ତଥା ସେଲ୍ ଭୁବନେଶ୍ୱର ଜନପଥସ୍ଥିତ ହୋଟେଲ ଦ ନ୍ୟୁ ମାରିୟନଠାରେ ୨୩ – ୩୧ ଅଗଷ୍ଟ୨୦୨୪ ପର୍ଯ୍ୟନ୍ତ ସକାଳ ୧୦ଟା ୩୦ରୁ ରାତି ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଜାରି ରହିବ । ଏହି ପ୍ରଦର୍ଶନୀ ଓଡ଼ିଆ ଅଭିନେତ୍ରୀ ଶିବାନୀ ସଂଙ୍ଗୀତାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ସୂକ୍ଷ୍ମ ପାରମ୍ପରିକ ସିଲ୍କ, କଟନ ଓ ବୁଣାକାରମାନଙ୍କ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ସମସାମୟିକ ଓ ଆର୍ଥିକ ଦୃଷ୍ଟିରୁ ପ୍ରାସଙ୍ଗିକ କରିବା ଲାଗି କାରିଗର, ଡିଜାଇନର, ସାମାଜିକ କାର୍ଯ୍ୟକର୍ତା, ଶିକ୍ଷାନୁଷ୍ଠାନ, ପରିବେଶବିତ୍ ଆଦିଙ୍କ ଏକ ଗୋଷ୍ଠୀ ଦ୍ୱାରା ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ପ୍ରତିଷ୍ଠା କରାଯାଇଥିଲା । ବିଭିନ୍ନ ରାଜ୍ୟର ବୁଣାକାରମାନେ ଚଳିତ ବର୍ଷର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି ଯେଉଁଥିରେ ଆକର୍ଷଣୀୟ ଉପ୍ପଦା, ବନାରସି ସିଲ୍କ, ଗଡ୍ୱାଲ, ଧରମାଭରମ୍, ଜାମ୍ଦାନି, ଜମାୱାର ଓ ସମ୍ବଲପୁରୀ ଆଦି ସାମିଲ ରହିଛି । ଏଠାରେ ଦେଶର ପ୍ରତ୍ୟେକ ଅଂଚଳରୁ ଶାଢୀଠାରୁ ଆରମ୍ଭ କରି ଡ୍ରେସ୍ ମ୍ୟାଟେରିଆଲ, ସିଲ୍କ ଓ କଟନ ଶାଢୀ, ସୁଟ୍ ଡ୍ରେସ୍ ମ୍ୟାଟେରିଆଲ, ଫ୍ୟାଶନ ଜୁଏଲାରୀ,ହୋମ୍ ଫର୍ଣ୍ଣିସିଙ୍ଗ୍ ଡିଜାଇନର୍ ପୋଷାକ ଆଦି ସାମିଲ କରାଯାଇଛି । ଏହି ପ୍ରଦର୍ଶନୀ ଗ୍ରାହକମାନଙ୍କୁ ଭାରତର ରଙ୍ଗ, ବିବିଧତା ଓ ପ୍ରତିଭାର ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି । ୧୪ଟି ହସ୍ତତନ୍ତ ବୁଣାକାର ରାଜ୍ୟ ଯେପରିକି ଆସାମ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ଓଡିଶା, ଛତିଶଗଡ, ଗୁଜରାଟ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ ଏବଂ ବୁଣାକାରମାନଙ୍କ ସହ ସହଭାଗିତାରେ କାର୍ଯ୍ୟ କରୁଥିବା ମେଟ୍ରୋ ସହରଗୁଡିକର ଅନେକ ଡିଜାଇନର ଏଠାରେ ନିଜ କାର୍ଯ୍ୟର ୫୦,୦୦୦ରୁ ଅଧିକ ବିବିଧତା ପ୍ରଦର୍ଶନ କରିଛନ୍ତି । . ସିଲ୍କ ଇଣ୍ଡିଆ-ୱେଡିଙ୍ଗ୍ କଲେକ୍ସନର ଆୟୋଜକ, ମାନସ ଆଚାର୍ଯ୍ୟ କହିଛନ୍ତି ଯେ, “ଏହି ହସ୍ତତନ୍ତ ପ୍ରଦର୍ଶନୀର ମୁଖ୍ୟ ସାମାଜିକ ଉଦ୍ଦେଶ୍ୟ ହେଉଛି ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ହସ୍ତତନ୍ତ ଶିଳ୍ପକୁ ଏକ ବଜାର ପ୍ରଦାନ କରିବା । ଏହି ପ୍ରଦର୍ଶନୀଗୁଡିକ ମାଧ୍ୟମରେ ଆମେ ବୁଣାକାର ଓ ସେମାନଙ୍କୁ ହସ୍ତତନ୍ତ ବୁଣା ସାମଗ୍ରୀଗୁଡିକ ପାଇଁ ଯେଉଁଠାରେ ପ୍ରଦର୍ଶନୀ ସମ୍ଭବ ନୁହେଁ ସେଠାରେ ମଧ୍ୟ ଉନ୍ନତ ବଜାର ସୃଷ୍ଟି କରିବାକୁ ସକ୍ଷମ ହୋଇଛୁ । ପ୍ରଦର୍ଶନର ଉଦ୍ଦେଶ୍ୟ ହେଉଛି ବ୍ୟବସାୟୀଙ୍କ ବିନା ଗ୍ରାହକଙ୍କ ନିକଟରେ ସିଧାସଳାଖ ଶୁଦ୍ଧ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପହଂଚାଇବା । ପ୍ରଦର୍ଶିତ ହେଉଥିବା କଟନ ଓ ସିଲ୍କ ହସ୍ତତନ୍ତ ଉତ୍ପାଦଗୁଡିକର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ କରି ସ୍ୱତନ୍ତ୍ର ହାତ ତିଆରି ଶାଢୀଗୁଡିକ ପାଇଁ ୧,୫୦,୦୦୦ ଟଙ୍କା ମଧ୍ୟରେ ରହିଛି ।” ଡୋକ୍ରା ଆଦିବାସୀ ଅଳଙ୍କାର ଓ ଛନ୍ନାପାଟ୍ନପା ଖେଳନାଗୁଡିକ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛି । କୋଏମ୍ବାଟୁର ସିଲ୍କ, ଆସାମର ମୁଗା ସିଲ୍କ, ବେଙ୍ଗାଲୁରୁ ସିଲ୍କ, କ୍ରେପ୍ ଓ ଜର୍ଜେଟ୍ ଶାଢୀ, କର୍ଣ୍ଣାଟକର ର’ ସିଲ୍ମ ମ୍ୟାଟେରିଆଲ, କଲମକାରି, ପୋଚମ୍ପାଲ୍ଲି, ମଙ୍ଗଳଗିରି ଡ୍ରେସ୍ ମ୍ୟାଟେରିଆଲ, ଉପଦା, ଗଡ୍ୱାଲ, ଧରମ୍ାୱରମ୍, ଅର୍ଗାଞ୍ଜା ସିଲ୍କ ଶାଢୀ, ଆନ୍ଧ୍ରପ୍ରଦେଶର ଶୁଦ୍ଧ ସିଲ୍କ ଜରି ଶାଢୀ, ଟସର, କାନ୍ଥା, ବିହାରର ଭାଗଲପୁର ଡ୍ରେସ୍ ମ୍ୟାଟେରିଆଲ, କୋସା ସିଲ୍କ ଶାଢୀ,ଘିଚା ସିଲ୍କ ଶାଢୀ, ମଲ୍ବେରୀ ର’ ସିଲ୍କ, ଛତିଶଗଡର ବ୍ଲକ୍ ପ୍ରିେଂଟଡ୍ ସିଲ୍କ ଶାଢୀ, ବାନ୍ଧନି, ପାଟୋଲା, କଛ୍ ଏମ୍ବ୍ରୋଏଡରୀ, ଗୁଜରାଟୀ ମିରର୍ ୱର୍କ ଓ ଗୁଜରାଟର ଡିଜାଇନର କୂର୍ତି, ତାବି ସିଲ୍କ ଶାଢୀ, ପସ୍ମିନା ସାଲ୍, ଜମ୍ମୁ ଓ କଶ୍ମୀରର ଚିନାନ୍ ସିଲ୍କ ଶାଢୀ, ବମ୍କାଇ, ଓଡିଶାର ସମ୍ବଲପୁରୀ, ବନ୍ଧେଜ୍, ବାନ୍ଧନି ସିଲ୍କ ଶାଢୀ, ଜୟପୁର କୂର୍ତି, ବ୍ଲକ୍ ପ୍ରିଂଟ୍, ସାଙ୍ଗାନେରି ପ୍ରିଂଟ୍, ରାଜସ୍ଥାନର କୋଟା ଡୋରିଆ ଜୟପୁରୀ ରଜାଇ ଓ ବେଡ୍ସିଟ. ତାନ୍ଚୋଇ, ବନାରସି ଜାମ୍ଦାନି, ଜାମାବର, ଜାମ୍ଦାନି, ବ୍ରକେଟ୍ ଡ୍ରେସ୍ ମ୍ୟାଟେରିଆଲ, ଉତରପ୍ରଦେଶର ଲଖ୍ନଭି ଚିକାନ, ଶାନ୍ତି ନିକେତନ, କାନ୍ଥା ଶାଢୀ, ଡିଜାଇନର ଶାଢୀ, ବାଲୁଚାରି, ନିମ୍ଜରି ଶାଢୀ, ପ୍ରିଂଟେଡ୍ ଶାଢୀ, ପଶ୍ଚିମବଙ୍ଗର ଢାକାଇ ଜାମ୍ଦାନି, ମହାରାଷ୍ଟ୍ରର ଜରି ପୈଠାନି ଶାଢୀ ଆଦି ଏହି ପ୍ରଦର୍ଶନୀରେ ଉପଲବ୍ଧ ରହିଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026