ବୌଦ୍ଧ ପରେ ଦଶପଲ୍ଲା ରେ ଖୋଲିଲା ଆଉ ଗୋଟିଏ ଟନେଲ୍ 

୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଖୋର୍ଦ୍ଧା-ବଲାଙ୍ଗୀର ରେଳ ପଥ ରେ ରେଳ ବିଭାଗ କୁ ମିଳିଛି ଆଉ ଏକ ସଫଳତା , ବୌଦ୍ଧ ପରେ ଦଶପଲ୍ଲା ଷ୍ଟେସନ ନିକଟରେ ପ୍ରଥମ ଟନେଲର ଖୋଲା ହୋଇଛି, ଦଶପଲ୍ଲା ରୁ ବୁଗୁଡା, ବାଣୀଗୋଛାକୁ ସଂଯୋଗ କରୁଥିବା ପ୍ରଥମ ୮୦୦ ଶହ ମିଟର ଟନେଲ୍ ଖୋଲା ହୋଇଛି ।

ରେଳ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଟନେଲର ବ୍ରେକ ଥ୍ରୋ ହୋଇଛି । ୭ ମାସ ମଧ୍ୟରେ ଟନେଲ କାର୍ଯ୍ୟ ସାରିଥିବାରୁ ଉତ୍ସାହିତ ହୋଇଛନ୍ତି ଟନେଲ କାର୍ଯ୍ୟରେ ନିୟୋଜିତ ଇଞ୍ଜିନିୟର ଶ୍ରମିକ ଏବଂ ରେଳ ବିଭାଗର ଅଧିକାରୀ । ୨୦୨୬ ସୁଦ୍ଧା ଦଶପଲ୍ଲା ରୁ ବୁଗୁଡା ଓ ବାଣୀଗୋଛାକୁ ସଂଯୋଗ କରୁଥିବା ଟ୍ରେନ ଲାଇନ୍ ର ତିନୋଟି ଯାକ ଟନେଲ କାମ ଶେଷ ହେବା ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

ଦଶପଲ୍ଲା ଷ୍ଟେସନ ନିକଟରେ ଥିବା ପ୍ରଥମଟନେଲ୍ ନିର୍ମାଣ କାର୍ଯ୍ୟ ସଫଳ ହୋଇଥିବାରୁ ଅନ୍ୟ ଦୁଇଟି ଟନେଲର କାମ ଦୃତଗତିରେ ଚାଲିଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଦଶପଲ୍ଲାରୁ ବାଣିଗୋଛା ମଧ୍ୟରେ ରହିଛି ୩ ଟନେଲ ରହିଥିବାବେଳେ ,

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ଚାଲିଛି, ଏଥିପାଇଁ କୋଟିକୋଟି ଟଙ୍କା ବ୍ୟୟବରାଦ ହେଉଛି ଆସନ୍ତା ୨୦୨୬ ଡିସେମ୍ବର ସୁଦ୍ଧା ଏହି ରେଳପଥ ଖୋର୍ଦ୍ଧା ରୋଡ଼ଠାରୁ ବଲାଙ୍ଗୀରକୁ ସ୍ବାଭାବିକ ହେବାନେଇ ଘୋଷଣା ରେଳ ବିଭାଗ ପକ୍ଷରୁ କରାଯାଇଛି ।

Exit mobile version