୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସରେ ମେସିନ ନଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଗୁଡା ବ୍ଳକର ୮ରୁ ଅଧିକ ପଞ୍ଚାୟତ ବାସୀ ନିର୍ଭର କରନ୍ତି। ଏଠାରେ ଏକ୍ସରେ ମେସିନ ନଥିବାରୁ ରୋଗୀ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଓ ଅନ୍ୟତ୍ର ଯାଇଥାନ୍ତି। ପୂର୍ବରୁ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଦୁଇଟି ଏକ୍ସରେ ମେସିନ କିଣାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟ ପଡ଼ିରହିଛି । ଏ ସମ୍ପର୍କରେ ବିଡିଓ, ଉପ- ଜିଲାପାଳ, ସାଂସଦଙ୍କ ନିକଟରେ ଲିଖିତ ଅବଗତ କରାଯାଇଛି ତଥାପି ସୁଫଳ ମିଳୁନି ।
